ETV Bharat / city

ରାଜ୍ୟରେ 184 କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସଂଖ୍ୟା 4606କୁ ବୃଦ୍ଧି

author img

By

Published : Jun 27, 2020, 6:07 PM IST

ଶନିବାର ରାଜ୍ୟରେ 184 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 4606ରେ ପହଞ୍ଚିଛି ।

184 new corona recovery in odisha
ରାଜ୍ୟରେ 184 କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସଂଖ୍ୟା 4606କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଏହି କ୍ରମରେ ଶନିବାର ରାଜ୍ୟରେ 184 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 4606ରେ ପହଞ୍ଚିଛି ।

ସୂଚନାନୁସାରେ, ଶନିବାର ସକାଳେ ରାଜ୍ୟରେ 170ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହା ପ୍ରଶାସନ ପାଇଁ ଏକ ଚିନ୍ତା ଆଣିଥିଲା । ହେଲେ ସନ୍ଧ୍ୟାରେ 184ଜଣ ସୁସ୍ଥ ହେବାର ରିପୋର୍ଟ ଆସିବା ପରେ ସରକାର ତଥା ଜିଲ୍ଲା ପ୍ରଶାସନକୁ ଏକ ଆଶ୍ବସ୍ତି ଦେଇଛି ।

ସୁସ୍ଥ 184 ଜଣଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 48ଜଣ ସୁସ୍ଥ ରହିଛନ୍ତି । ସେହିପରି ଖୋର୍ଦ୍ଧାରେ 45, ବାଲେଶ୍ବରରେ 31, ଗଜପତିରେ 12, ଭଦ୍ରକରେ 10, ଜଗତସିଂହପୁରରେ 6, ଝାରସୁଗୁଡାରେ 6, କେନ୍ଦ୍ରାପଡା ଓ ପୁରୀରେ 5 ଜଣ ଲେଖାଏଁ, ସୁନ୍ଦରଗଡରେ 4, ବଲାଙ୍ଗୀର ଓ କେନ୍ଦୁଝରରେ 3 ଜଣ ଲେଖାଏଁ, କଟକରେ 2, ଅନୁଗୋଳ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.