ଭୁବନେଶ୍ବର: 2019ରେ ରାଜ୍ୟରୁ 1 ଲକ୍ଷ 36 ହଜାର 447 ଜଣ ଶ୍ରମିକ ରାଜ୍ୟ ବାହାରକୁ କାମ ପାଇଁ ଯାଇଥିଲେ । ରାଜ୍ୟ ବାହାରେ ନିର୍ଯ୍ୟାତିତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ 1588ଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ 2804 ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ।
![migrated labour](https://etvbharatimages.akamaized.net/etvbharat/prod-images/6115036_letter.jpg)
ରାଜ୍ୟର 11ଟି ଜିଲ୍ଲା ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହେଉଛି । ଏହି ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୋନପୁର, ନୂଆପଡା, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ଖୋର୍ଦ୍ଧା । ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ