ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 114 ଆକ୍ରାନ୍ତ, ମୋଟ ସଂଖ୍ୟା 2708କୁ ବୃଦ୍ଧି - corona case

ରାଜ୍ୟରେ ଆଉ 114 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 2708କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

114 cases have been cured in odisha
ରାଜ୍ୟରେ ସୁସ୍ଥ ହେଲେ 114 ଆକ୍ରାନ୍ତ, ମୋଟ ସଂଖ୍ୟା 2708କୁ ବୃଦ୍ଧି
author img

By

Published : Jun 14, 2020, 3:57 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା ଦ୍ରୁତଗତିରେ ପ୍ରସାରିତ ହେଉଥିବା ବେଳେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ରବିବାର ପୁଣି ରାଜ୍ୟରେ 114 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 2708କୁ ବୃଦ୍ଧି ପାଇଛି ।

ଗଞ୍ଜାମରେ 17, ସୁନ୍ଦରଗଡରେ 30, ଖୋର୍ଦ୍ଧାରେ 23, କଟକରେ 11, ମୟୂରଭଞ୍ଜରେ 10, ଗଜପତିରେ 8, ବରଗଡରେ 5, ନୟାଗଡରେ 4, ବଲାଙ୍ଗୀରରେ 3 ଏବଂ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରରେ ଜଣେ ଲେଖାାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏସବୁ କୋଭିଡ଼ ହସ୍ପିଟାଲ, ଡାକ୍ତର, ନର୍ସ, ଏନଏମ, ଆଶା ଦିଦି, ଅଙ୍ଗନବାଡି କର୍ମୀ, ଶିକ୍ଷକ, ସରପଞ୍ଚ, ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ସମ୍ଭବ ହୋଇପାରିଛି । ଯାହାର ଫଳସ୍ବରୂପ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.