ETV Bharat / city

କୋଟିଆ ଗଲା ୧୦ ଜଣିଆ ବିଜେପି ଟିମ୍ - କୋଟିଆ

ରାଜ୍ୟ ବିଜେପି ପକ୍ଷରୁ ୧୦ ଜଣିଆ ଟିମ୍ ଆଜି(ମଙ୍ଗଳବାର) କୋଟିଆ ଅଭିମୁଖେ ଯାଉଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ଟିମ୍ କୋଟିଆ ଯିବ । ଅଧିକ ପଢନ୍ତୁ...

କୋଟିଆ ଯିବ ୧୦ ଜଣିଆ ବିଜେପି ଟିମ୍
କୋଟିଆ ଯିବ ୧୦ ଜଣିଆ ବିଜେପି ଟିମ୍
author img

By

Published : Feb 9, 2021, 1:47 PM IST

Updated : Feb 9, 2021, 3:06 PM IST

ଭୁବନେଶ୍ବର: ରାଜ୍ୟ ବିଜେପି ପକ୍ଷରୁ ୧୦ ଜଣିଆ ଟିମ୍ ଆଜି(ମଙ୍ଗଳବାର) କୋଟିଆ ଅଭିମୁଖେ ଯାଉଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ଟିମ୍ କୋଟିଆ ଯିବ । ବିରୋଧୀ ଦଳର ନେତା ସମେତ ବିଧାୟକ ମାନେ କୋଟିଆ ଯିବା ନେଇ ସୂଚନା ଦେଇଛନ୍ତି ସଭାପତି ।

ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, କୋଟିଆ ସହ ଭାବାଗତ ସମ୍ପର୍କ ରହିଛି । ସେମାନଙ୍କ ସହ କଥା ହେବେ । ସେମାନଙ୍କ ମଧ୍ୟରେ କ'ଣ ସମସ୍ୟା ସେ ନେଇ ଚର୍ଚ୍ଚା କରିବା ପାଇଁ ଯିବି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ଏହାସହ ନିର୍ବାଚନ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ବ୍ୟକ୍ତିଗତ ଭାବରେ ଆଲୋଚନା କରିବେ । କୋଟିଆ ଓଡ଼ିଶାର ବୋଲି କହିଛନ୍ତି ସମୀର ମହାନ୍ତି ।

କୋଟିଆ ଗଲା ୧୦ ଜଣିଆ ବିଜେପି ଟିମ୍

ସେପଟେ ରାଜ୍ୟ ସରକାଙ୍କ ଅପାରଗତା ପାଇଁ କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କୋଟିଆରେ ଆସନ୍ତା ୧୩ ତାରିଖରେ ହେବ ନିର୍ବାଚନ । ରାଜ୍ୟ ସରକାର କେଉଁଠି ଥିଲେ, ପୂର୍ବରୁ କାହିଁକି ପଦକ୍ଷେପ ନେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କୋଟିଆ ସମସ୍ୟାକୁ ସମାଧନା କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 9, 2021, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.