ETV Bharat / city

ବେଆଇନ ବାଲି ଉଠାଣକୁ ବିରୋଧ କରି ସ୍ଥାନୀୟ ବାସିନ୍ଦାଙ୍କ ଗଣଧାରଣା - Local Administration

ବେଆଇନ ବାଲି ଉଠାଣକୁ ବିରୋଧ କରି ବୈତରଣୀ ଆନିକଟ ସମ୍ପୂର୍ଣ୍ଣ ଭୁଶୁଡି ପଡିବା ନେଇ ଆଶଙ୍କା ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତାେଷ ବଢିବା ସହ ତହସିଲ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ବେଆଇନ ବାଲି ଉଠାଣକୁ ବିରୋଧ କରି ସ୍ଥାନୀୟ ବାସିନ୍ଦାଙ୍କ ଗଣଧାରଣା

author img

By

Published : Jul 2, 2021, 10:16 PM IST

ଭଦ୍ରକ: ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀପଠାରୁ ବାଲି ଚାଲାଣ ଅନୁମତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଆଉ ତା ସହିତ ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତରେ । ବୈତରଣୀ ନଦୀର ବାଲିପୋଖରୀ ଏସକେପ ଓ ଆଖୁଆପଦା ଆନିକଟ ନିକଟରୁ ବାଲି ଉଠାଣକୁ ସ୍ଥାନୀୟ ତହସିଲଦାର ପ୍ରଥମ କରି ନିଲାମ କରିଛନ୍ତି ।

ବେଆଇନ ବାଲି ଉଠାଣକୁ ବିରୋଧ କରି ସ୍ଥାନୀୟ ବାସିନ୍ଦାଙ୍କ ଗଣଧାରଣା

ତେବେ ଏହି ନିଲାମ ସମ୍ପୁର୍ଣ୍ଣ ବେଆଇନ ଭାବେ କରାଯାଇଥିବା ନେଇ ଅଭିଯୋଗ କରି ଗ୍ରାମବାସୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ମିଶି ସେଠାରୁ ବାଲି ଉଠାଣକୁ ଜୋରଦାର ବିରୋଧ କରି ବାଲି ଉଠାଣକୁ ବନ୍ଦ କରିଦେଇଛନ୍ତି । ଏପରିକି ଏହି ବେଆଇନ ବାଲି ଉଠାଣ ଯୋଗୁଁ ବାଲିପୋଖରୀ ଏସକେପ ସହିତ ଆଖୁଆପଦା ଠାରେ ଥିବା ପୁରାତନ ବୈତରଣୀ ଆନିକଟ ସଂପୂର୍ଣ୍ଣ ଭୁଶୁଡି ପଡିବା ସହିତ ନଦୀ ନିଜର ଗତିପଥ ବଦଳାଇବାର ଯଥେଷ୍ଟ ଆଶଙ୍କା ସୃଷ୍ଟି ହେବାନେଇ ସୂଚନା ମିଳିଛି ।

ତେଣୁ ନଦୀ ପଠାରେ ବାଡ଼ କରି ବେଆଇନ ବାଲି ଉଠାଣକୁ ସେମାନେ ବିରୋଧ କରିଛନ୍ତିି । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଲୋକ ପ୍ରତିନିଧି ମାନେ ଏକଜୁଟ ହେବା ସହିତ ସ୍ଥାନୀୟ ପ୍ରଶାସନ ବିରୋଧରେ ଆଜି (ଶୁକ୍ରବାର) ଭଣ୍ଡାରିପୋଖରୀ ତହସିଲ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି । ଯାହାକି ଶୁକ୍ରବାର ଗଣଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.