ଭଦ୍ରକ: ମହାମାରୀ କୋରୋନା ସଂକ୍ରମଣ କାରଣରୁ ଏବେ ଦେଶରେ ଦେଶରେ ଜାରି ରହିଛି ଅନଲକ-2 । ଏଥିରେ କିଛିଟା ନିୟମରେ କୋହଳ କରାଯାଇଛି । ହେଲେ ମାସ୍କ ଆଉ ସାମାଜିକ ଦୂରତା ସହିତ ଗୋଟିଏ ଜାଗାରେ 7 ଜଣରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି ନିୟମ କରିଛନ୍ତି ସରକାର । ଏହା ସହିତ ହୋଟେଲ ଗୁଡିକରେ କେବଳ ପାର୍ସଲ ବ୍ୟତିତ କେହି ବସି ଖାଇପାରିବେ ନାହିଁ ବୋଲି କଟକଣା ଲାଗୁ ହୋଇଛି । ହେଲେ ଏହି ନିୟମକୁ ବାସୁଦେବପୁର ବଜାରର କିଛି ହୋଟେଲ ମାନୁ ନଥିବା ଘଟଣା ସାମ୍ନାକୁ ଆସିଛି ।
ତେବେ ନିୟମ ଉଲ୍ଲଂଘନର ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ତହସିଲଦାର ବାସୁଦେବପୁର ବଜାରରେ ଥିବା କିଛି ହୋଟେଲ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ହୋଟେଲଗୁଡିକ ଭିତରେ ଲୋକେ ବସି ଖାଉଥିବା ଘଟଣା ଜଣାପଡିଥିଲା । ପରେ ପ୍ରଶାସନ ତରଫରୁ ଏହି ହୋଟେଲଗୁଡିକୁ ସିଲ କରିଦିଆଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ