ETV Bharat / city

ଟୀକାକରଣ କେନ୍ଦ୍ରରେ ଅହେତୁକ ଭିଡକୁ ନେଇ ଅସନ୍ତୋଷ ଜାରି - ସ୍ଵାସ୍ଥ୍ୟ ବିଭାଗ

କୋରୋନାରୁ ରକ୍ଷା ପାଇବାକୁ ସରକାରଙ୍କ ପକ୍ଷରୁ କରାଯାଉଛି ଟୀକାକରଣ । ହେଲେ ଟୀକାକରଣ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ସହ ଅହେତୁକ ବିଳମ୍ବ ହେବା ନେଇ ଅସନ୍ତାେଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଟୀକାକରଣ କେନ୍ଦ୍ରରେ ଅହେତୁକ ଭିଡକୁ ନେଇ ଅସନ୍ତୋଷ ଜାରି

author img

By

Published : Jun 28, 2021, 6:31 PM IST

ଭଦ୍ରକ: ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲୁଥିବା ଟୀକାକରଣ କାର୍ଯ୍ୟକ୍ରମରେ ଅହେତୁକ ଭିଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଟୀକାକରଣ କେନ୍ଦ୍ରମାନଙ୍କରେ ଶତାଧିକ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳୁଛି । ଏଥିରେ ଆଦୌ ରହୁନାହିଁ ସାମାଜିକ ଦୂରତ୍ବ । ଯାହାକୁ ନେଇ କୋରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି ।

ଟୀକାକରଣ କେନ୍ଦ୍ରରେ ଅହେତୁକ ଭିଡକୁ ନେଇ ଅସନ୍ତୋଷ ଜାରି

ଅନ୍ୟପଟେ ମେଡିକାଲ ପରିସରରେ ଟୀକା ନେବାକୁ ଆସୁଥିବା ଲୋକଙ୍କ ବାଇକ ଭିଡ ଯୋଗୁ ମେଡିକାଲକୁ ଯାତାୟତ କରୁଥିବା ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି । ତେଣୁ ପୋଲିସ ଓ ପ୍ରଶାସନ ଏନେଇ ହସ୍ତକ୍ଷେପ କରିବା ସହିତ ଲୋକମାନେ ନିଜକୁ ନିଜେ ସଚେତନ ହେବା ନିତାନ୍ତ ଆବଶ୍ୟକ ହୋଇପଡିଛି ।

ନଚେତ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଏନେଇ ଜିଲ୍ଲା ପ୍ରଶାସନ ତଥା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.