ଭଦ୍ରକ: ଜିଲ୍ଲା ଟାଉନରେ ଥିବା ଏକ ହୋଟେଲରେ ସନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇ ଗ୍ରାମର ଅରୁଣ ସାହୁ ବୋଲି ଜଣାପଡ଼ିଛି । ଯୁବକ ଜଣକ କୋଲକାତାରେ ରହି କାର୍ଯ୍ୟ କରୁଥିଲେ ।
ତେବେ ୪ ମାସ ପୂର୍ବରୁ ଭଦ୍ରକ ଆସି ଘରକୁ ନଯାଇ ସେ ହୋଟେଲରେ ରହିଆସୁଥିଲେ । ରବିବାର ଅପରାହ୍ଣରେ ହୋଟେଲ କର୍ମଚାରୀ ଖାଇବା ଦେବାକୁ ଯିବା ବେଳେ ହୋଟେଲ ରୁମ୍ କବାଟ ଖୋଲି ନଥିଲେ ଅରୁଣ । ସନ୍ଦେହ ହେବାରୁ ପୋଲିସକୁ ଖବର ଦିଆଯାଇଥିଲା ।
ପୋଲିସ ଉପସ୍ଥିତିରେ ହୋଟେଲ୍ ରୁମ୍ କବାଟ ଭାଙ୍ଗିବା ପରେ ଅରୁଣଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହାପରେ ସାଇଣ୍ଟିଫିକ୍ ଟିମ ଉପସ୍ଥିତିରେ ମୃତଦେହକୁ ତଳକୁ ଓହ୍ଲାଇବା ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ