ଭଦ୍ରକ: ରାଜ୍ୟରେ ଭୟ ବଢାଉଛି ଓମିକ୍ରନ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଏଥିସହ ଭିଡ ପରିଲକ୍ଷିତ ନହେବା ପାଇଁ ୧୪୪ଧାରା ଜାରି କରାଯାଇଛି । ଗତକାଲି ମଧ୍ୟ ରାତ୍ର ୧ଟାରୁ ଧାରା ୧୪୪ ଜାରି କରାଯାଇଥିବା ବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ଯପଟେ ଦୈନନ୍ଦିନ ରୀତିନୀତି ଅନୁଯାୟୀ ମଣିବାବାଙ୍କର ସମସ୍ତ ନୀତିକାନ୍ତି କୋଭିଡ କଟକଣା ଅନୁଯାୟୀ କରାଯିବ ବୋଲି ସେବାୟତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହ ପୀଠରେ କୌଣସି ମେଳା, ମହୋତ୍ସବ, ଭଜନ ସମାରୋହ ଅବସରରେ ନହେବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ