ETV Bharat / city

ସଙ୍ଗରୋଧ କେନ୍ଦ୍ରରେ ରଜ ପାଳିଲେ ମହିଳା ଓ ଯୁବତୀ - Women and girls celebrated the Raja at the qurrentine Center

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଜ ପର୍ବ ଅତ୍ୟନ୍ତ ଖୁସିର ସହକାରେ ପାଳନ କରାଯାଇଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ଠାରୁ ଆରମ୍ଭ କରି ଶିଶୁଙ୍କ ଜନ୍ମଦିନ ପାଳନ କରି ଚର୍ଚ୍ଚାରେ ରହିଥିବା ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ପୁଣି ସଙ୍ଗରୋଧ କେନ୍ଦ୍ରରେ ରଜ ଅବସରରେ ବିଭିନ୍ନ ପ୍ରତିଯୋଗିତା କରିଥିବା ଦେଖାଯାଇଛି ।

Women and girls celebrated the Raja at the qurrentine Center
ସଙ୍ଗରୋଧ କେନ୍ଦ୍ରରେ ରଜ ପାଳିଲେ ମହିଳା ଓ ଯୁବତୀ
author img

By

Published : Jun 15, 2020, 11:13 PM IST

ବ୍ରହ୍ମପୁର: ଚଳିତବର୍ଷ କୋରୋନାର ପ୍ରଭାବ ରଜପର୍ବକୁ ଫିକା କରି ଦେଇଛି । ହେଲେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଏହାକୁ ଅତ୍ୟନ୍ତ ଖୁସିର ସହକାରେ ପାଳନ କରାଯାଇଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସଙ୍ଗରୋଧ କେନ୍ଦ୍ରରେ ରଜ ପାଳିଲେ ମହିଳା ଓ ଯୁବତୀ

ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ନୋଡାଲ ହାଇସ୍କୁଲ କେନ୍ଦ୍ରରେ ରହିଥିବା ପ୍ରବାସୀ ଓଡିଆ ମହିଳା ଓ ଯୁବତୀଙ୍କ ପାଇଁ ରଜ ପର୍ବରେ ଆୟୋଜିତ ହୋଇଥିଲା ଦୋଳି ଖେଳର ଆସର । ମୁଖ୍ୟତଃ ମହିଳା ଓ ଯୁବତୀ ମାନେ ରଜ ପର୍ବରେ ସଜବାଜ ହେବାର ନିୟମ ରହିଥିବା ବେଳେ ଏହି ଅବସରରେ ସମସ୍ତେ ସଜବାଜ ହୋଇ ରଜଦୋଳି ଖେଳିବା ସହ ପାନ ଓ ମିଠା ଖାଇ ଏହାର ମଜ୍ଜା ନେଇଥିଲେ ।

ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ଠାରୁ ଆରମ୍ଭ କରି ଶିଶୁଙ୍କ ଜନ୍ମଦିନ ପାଳନ କରି ଚର୍ଚ୍ଚାରେ ରହିଥିବା ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ପୁଣି ସଙ୍ଗରୋଧ କେନ୍ଦ୍ରରେ ରଜ ଅବସରରେ ବିଭିନ୍ନ ପ୍ରତିଯୋଗିତା କରିଥିବା ଦେଖାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.