ETV Bharat / city

ସୁନା ଚୋରି ଘଟଣାରେ ମହିଳା ଗିରଫ

ସୁନା ଚୋରି ଘଟଣାରେ ଚାକରାଣୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Jul 25, 2021, 10:56 PM IST

ସୁନା ଚୋରି ଘଟଣାରେ ମହିଳା ଗିରଫ
ସୁନା ଚୋରି ଘଟଣାରେ ମହିଳା ଗିରଫ

ବ୍ରହ୍ମପୁର: ସୁନା ଚୋରି ଘଟଣାରେ ଚାକରାଣୀକୁ ଗିରଫ କଲା ପୋଲିସ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧିନସ୍ଥ ସ୍ଥାନୀୟ ୧୦ ନମ୍ବର ଓ୍ବାର୍ଡ ରାଜନଗର ଦ୍ବିତୀୟ ଲେନରେ ରହୁଥିବା ସମୀର କୁମାର ପାତ୍ରଙ୍କ ଘରୁ ସୁନା ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଦିଗପହଣ୍ଡି ପୋଲିସ । ଏହି ମାମଲାରେ ଘରକୁ କାମ କରିବାକୁ ଯାଉଥିବା ଚାକରାଣୀ ତଥା ଦିଗପହଣ୍ଡି ବାସିନ୍ଦା ଲକ୍ଷ୍ମୀ ଗୌଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ଗତ ୧୮ ତାରିଖ ଦିନ ସମୀରଙ୍କ ଭାଉଜ ଡ୍ରେସିଂ ଟେବୁଲ ଡ୍ର ରେ ରଖିଥିବା ପ୍ରାୟ ସାଢେ଼ ୩ ତୋଳା (୩୦ ଗ୍ରାମ)ଓଜନର ସୁନା ମଙ୍ଗଳସୂତ୍ର ଏବଂ ପ୍ରାୟ ଦେଢ ତୋଳା ୧୫ ଗ୍ରାମ ଓଜନର ସୁନାହାର ନଥିବା ଦେଖି ବ୍ୟତିବସ୍ତ ହୋଇପଡିଥିଲେ । ଘରର ବିଭିନ୍ନ ସ୍ଥାନ ଖୋଜାଖୋଜି କରି ନ ପାଇବା ପରେ କିଛି ଦିନେ ତଳେ ମୋବାଇଲ ଚୋରାଇ ଧରାପଡିଥିବା ଚାକରାଣୀ ଉପରେ ସନ୍ଦେହ କରି ଗତ ୨୨ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଚାକରାଣୀକୁ ଡକାଇ ପୋଲିସ ପଚରାଉଚରା କରିବା ସମୟରେ ମହିଳା ଜଣଙ୍କ ସୁନା ଚୋରାଇଥିବା ସ୍ବୀକାର କରିଥିଲେ ମଧ୍ୟ ଭୟରେ ତାହା ନେଇନପାରି ଘର ମାଲିକଙ୍କ ଘର ସମ୍ମୁଖରେ ଥିବା ତୁଳସୀ ଚଉଁରା ମୂଳେ ଲୁଚାଇ ରଖିଥିବା ପ୍ରକାଶ କରିଥିଲା । ଏହାପରେ ପୋଲିସ ଚାକରାଣୀକୁ ଘଟଣାସ୍ଥଳକୁ ନେବାରେ ସ୍ଥାନୀୟ ଲୋକଙ୍କ ଆଗରେ ଚୋରି ସୁନା ଉଦ୍ଧାର ହୋଇଥିଲା । ତେବେ ଗିରଫ ମହିଳାଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.