ETV Bharat / city

ପିଡିଏସ ଚାଉଳ ନେଇ ଫେରିବାବେଳେ ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୮ ଆହାତ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡା ଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଧିକ ପଢନ୍ତୁ...

author img

By

Published : Apr 11, 2021, 7:25 PM IST

ଦୁଇ ମୃତ , ୧୮ ଆହାତ
ଦୁଇ ମୃତ , ୧୮ ଆହାତ

ବ୍ରହ୍ମପୁର: ପିଡ଼ିଏସ ଚାଉଳ ଧରି ଫେରିବା ବେଳେ ଓଲଟିଲା ଟ୍ରାକ୍ଟର। ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ରହିଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡା ଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଦୁଇ ମୃତ , ୧୮ ଆହାତ
ଦୁଇ ମୃତ , ୧୮ ଆହାତ

ଟ୍ରାକ୍ଟରର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଭଳି ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ଅଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ତୁମ୍ବା ପଞ୍ଚାୟତ ଠଣାଗାଁର ପ୍ରାୟ ୨୦ ଜଣ ପୁରୁଷ ଓ ମହିଳା ପିଡ଼ିଏସ ଚାଉଳ ଧରି ଫେରିବା ବାଟରେ ଟ୍ରାକ୍ଟରର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା ।

ଏଥିରେ ମୃତ୍ୟୁବରଣ କରିଥିବା ମୃତକ ଦ୍ବୟ ହେଲେ ମଙ୍ଗଳା ପ୍ରଧାନ ଓ ସୀତା ପ୍ରଧାନ । ଘଟଣା ପରେ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଓ ଗୁରୁତରଙ୍କୁ ପାତ୍ରପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଅନ୍ୟପଟେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.