ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦିନକୁ ଦିନ କୋରୋନା ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଏଭଳି ସମୟରେ ଆକ୍ରାନ୍ତ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଜିଲ୍ଲାରେ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି । ହେଲେ ଏଭଳି ଏକ ସମୟରେ କୋରୋନାରେ ସଂକ୍ରମିତ ହୋଇଥିବା ବ୍ରହ୍ମପୁର ସହରର କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ପୋଲିସ ଏଏସ୍ଆଇ କୃଷ୍ଣଚନ୍ଦ୍ର ମଣ୍ଡଳଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ସ୍ୱର୍ଗତ ମଣ୍ଡଳଙ୍କ ୫୮ବର୍ଷ ବୟସ ହୋଇଥିବା ବେଳେ ସେ ସହରର ଟ୍ରାଫିକ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ ।
![କୋରୋନାରେ ବ୍ରହ୍ମପୁର କୋଭିଡ୍ ଯୋଦ୍ଧା ଏଏସ୍ଆଇଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-police-warrior-late-asi-krushna-ch-mandal-7205524_31072020210935_3107f_1596209975_547.jpg)
![କୋରୋନାରେ ବ୍ରହ୍ମପୁର କୋଭିଡ୍ ଯୋଦ୍ଧା ଏଏସ୍ଆଇଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-police-warrior-late-asi-krushna-ch-mandal-7205524_31072020210935_3107f_1596209975_77.jpg)
![କୋରୋନାରେ ବ୍ରହ୍ମପୁର କୋଭିଡ୍ ଯୋଦ୍ଧା ଏଏସ୍ଆଇଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-police-warrior-late-asi-krushna-ch-mandal-7205524_31072020210935_3107f_1596209975_534.jpg)
ଗତ ମାର୍ଚ୍ଚ ୨୬ ତାରିଖରେ ସେ ଟ୍ରାଫିକ ଥାନାରେ ଏଏସ୍ଆଇ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ । ଗତ ୨୨ ତାରିଖରେ ତାଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଇଥିଲା । ପରେ ସ୍ୱାବ ସଂଗ୍ରହ କରାଯାଇ ୨୫ ତାରିଖରେ କୋରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
![କୋରୋନାରେ ବ୍ରହ୍ମପୁର କୋଭିଡ୍ ଯୋଦ୍ଧା ଏଏସ୍ଆଇଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-police-warrior-late-asi-krushna-ch-mandal-7205524_31072020210935_3107f_1596209975_11.jpg)
![କୋରୋନାରେ ବ୍ରହ୍ମପୁର କୋଭିଡ୍ ଯୋଦ୍ଧା ଏଏସ୍ଆଇଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-police-warrior-late-asi-krushna-ch-mandal-7205524_31072020210935_3107f_1596209975_914.jpg)
ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିବା ପରେ ପୋଲିସ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଶୋକର ଛାୟା ଖେଲିଯାଇଛି । ଅନ୍ୟପଟେ ମୃତ ପୋଲିସ ଏସ୍.ଆଇଙ୍କ ମୃତଦେହକୁ ସମ୍ମାନର ସହକାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ରଙ୍କ ସମେତ ଜିଲ୍ଲା ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଶେଷ ସଲାମି ଜଣାଇଥିଲେ ।
![କୋରୋନାରେ ବ୍ରହ୍ମପୁର କୋଭିଡ୍ ଯୋଦ୍ଧା ଏଏସ୍ଆଇଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-police-warrior-late-asi-krushna-ch-mandal-7205524_31072020210935_3107f_1596209975_1090.jpg)
![କୋରୋନାରେ ବ୍ରହ୍ମପୁର କୋଭିଡ୍ ଯୋଦ୍ଧା ଏଏସ୍ଆଇଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-police-warrior-late-asi-krushna-ch-mandal-7205524_31072020210935_3107f_1596209975_354.jpg)