ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ଶକ୍ତିପୀଠ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ ପୀଠକୁ ଚୈତ୍ରପର୍ବ ଅବସରରେ ସ୍ବତନ୍ତ୍ର ଭାବେ ସାଜସଜ୍ଜା କରାଯାଇଛି । ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମାଆଙ୍କ ପୀଠରେ ଭକ୍ତଙ୍କ ସମାଗମ ରହିଥିବାରୁ ପୀଠକୁ ଫୁଲ ସାଙ୍ଗକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହି ମନଲୋଭା ଦୃଶ୍ୟକୁ ଯେତେ ଦେଖିଲେ ବି ନଜର ହଟୁନି । ଝଲସି ଉଠିଛି ମାଆଙ୍କ ମନ୍ଦିର ।
ଜିଲ୍ଲାର ପୁରଷୋତ୍ତମପୁର ନିକଟବର୍ତ୍ତୀ ରଷିକୁଲ୍ୟା ନଦୀ କୂଳରେ ପର୍ବତ ଉପରେ ବିରାଜମାନ ମାଆଙ୍କୁ ଦର୍ଶନ କରିବା ପାଇଁ ଏହି ଚୈତ୍ର ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥାଏ । ଚୈତ୍ର ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ବ୍ରହ୍ମପୁରର ସେଲିବ୍ରେସନ ଇଭେଣ୍ଟ ପକ୍ଷରୁ ଏଭଳି ସାଜସଜ୍ଜାର ଦାୟିତ୍ବ ନିଆଯାଇଥିଲା । ଯାହାକି ମାଆଙ୍କର ଚୈତ୍ରପର୍ବ ପାଳନ ପୂର୍ବରୁ ରହିଥିବା ଏରିଅଲ୍ ଭ୍ୟୁର ଫଟୋ ଅନେକ ଆକର୍ଷଣୀୟ ରହିଛି ।
![Maa Taratarini Peetha](https://etvbharatimages.akamaized.net/etvbharat/prod-images/od-bam-maa-taratarini-temple-7205524_10032020111129_1003f_1583818889_684.jpg)
![Maa Taratarini Peetha](https://etvbharatimages.akamaized.net/etvbharat/prod-images/od-bam-maa-taratarini-temple-7205524_10032020111129_1003f_1583818889_297.jpg)
![Maa Taratarini Peetha](https://etvbharatimages.akamaized.net/etvbharat/prod-images/od-bam-maa-taratarini-temple-7205524_10032020111129_1003f_1583818889_1031.jpg)
![Maa Taratarini Peetha](https://etvbharatimages.akamaized.net/etvbharat/prod-images/od-bam-maa-taratarini-temple-7205524_10032020111129_1003f_1583818889_935.jpg)
![Maa Taratarini Peetha](https://etvbharatimages.akamaized.net/etvbharat/prod-images/od-bam-maa-taratarini-temple-7205524_10032020111129_1003f_1583818889_242.jpg)
![Maa Taratarini Peetha](https://etvbharatimages.akamaized.net/etvbharat/prod-images/od-bam-maa-taratarini-temple-7205524_10032020111129_1003f_1583818889_76.jpg)
ଗତ ଜାନୁୟାରୀ ୩୧ ତାରିଖରେ ମାଆଙ୍କ ପୀଠକୁ ରାଜ୍ୟର 5ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଗ୍ରସ୍ତ କରି ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ମାଆ ତାରାତାରିଣୀ ପୀଠର ଉନ୍ନୟନ ପାଇଁ ସ୍ବତନ୍ତ୍ର ଯୋଜନା ସହ ଅନୁଦାନ ଘୋଷଣା କରିଥିଲେ ।
![Maa Taratarini Peetha](https://etvbharatimages.akamaized.net/etvbharat/prod-images/od-bam-maa-taratarini-temple-7205524_10032020111129_1003f_1583818889_931.jpg)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ