ETV Bharat / city

ଅଙ୍ଗନବାଡି କର୍ମୀଙ୍କ ଛଟେଇକୁ ବିରୋଧ କରି ଆନ୍ଦୋଳନ - protest by anganwadi worker

ଛତ୍ରପୁର ବ୍ଳକରେ କାର୍ଯ୍ୟରତ 3 ଅଙ୍ଗନୱାଡି କର୍ମୀମାନଙ୍କୁ ଛଟେଇ କରାଯାଇଥିବା ବେଳେ ସହକର୍ମୀଙ୍କୁ ପୁନଃ ନିଯୁକ୍ତି ଦାବିରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଅଦିକ ପଢନ୍ତୁ...

ଅଙ୍ଗନବାଡି କର୍ମୀଙ୍କୁ ଛଟେଇ କରାଯିବାକୁ ବିରୋଧ କରି ଆନ୍ଦୋଳନ

author img

By

Published : Jul 6, 2021, 9:25 AM IST

ବ୍ରହ୍ମପୁର: ଛତ୍ରପୁର ବ୍ଳକରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀମାନଙ୍କୁ ଛଟେଇ କରାଯାଇଥିବା ବେଳେ ସହକର୍ମୀଙ୍କୁ ପୁନଃ ନିଯୁକ୍ତି ଦାବିରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋରୋନା ମହାମାରୀ ସମୟରେ ଯେତେବେଳେ ସମସ୍ତ ଜନସାଧାରଣ ଜୀବନ ଭୟରେ ଘରେ ଆବଦ୍ଧ ହୋଇ ରହୁଥିଲେ, ସେ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅଙ୍ଗନୱାଡି କର୍ମୀମାନେ ନିଜ କର୍ତ୍ତବ୍ୟ ସଂପାଦନ କରୁଥିଲେ । ଏନେଇ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା।

ଅଙ୍ଗନବାଡି କର୍ମୀଙ୍କୁ ଛଟେଇ କରାଯିବାକୁ ବିରୋଧ କରି ଆନ୍ଦୋଳନ

ତେବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ କାର୍ଯ୍ୟାନ୍ତର କରାଯାଇଛି। ସୂଚନାମୁତାବକ, ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ୨ ର ମଞ୍ଜୁଳା ପଣ୍ଡା, କରାପଲ୍ଲୀ ୧ ର କେ.କମଳା ଓ ଚମାଖଣ୍ଡି ୨ର ଗିରିଜା ଗୌଡଙ୍କୁ ୬୦ ବର୍ଷ ପରେ ଆଉ ୨ ବର୍ଷ କାର୍ଯ୍ୟ କରିବା ପାଇଁ ସୁଯୋଗ ନଦେଇ ବହିଷ୍କାର କରାଯାଇଛି । ଏହାକୁ ସଂଘ ବିରୋଧ କରିବା ସହ ସେମାନଙ୍କର ପୁନଃ ନିଯୁକ୍ତି ଦାବିରେ ସଂଘ ଆନ୍ଦୋଳନକୁ ଓହ୍ଲାଇଛି ବୋଲି ନିଖିଳ ଓଡିଶା ଅଙ୍ଗନବାଡ଼ି କର୍ମୀ ସଂଘର ଛତ୍ରପୁର ବ୍ଲକ ସଭାନେତ୍ରୀ ବାସନ୍ତୀ ସାହୁ, ସମ୍ପାଦିକା ବାସନ୍ତୀ ତ୍ରିପାଠୀ, ସାକମ୍ବରୀ ବାରିକ, ଶମିଷ୍ଠା ପଣ୍ଡା ପ୍ରମୁଖ କହିଛନ୍ତି l

ଯେଉଁ ଅଙ୍ଗନୱାଡି କର୍ମୀଙ୍କ ବୟସ ୬୦ ବର୍ଷ ହୋଇଥିବ ସେମାନେ ଚାହିଁଲେ ସେମାନେ ନିଜର ଫିଟନେସ୍ ପ୍ରମାଣପତ୍ର ଦେଖାଇ ଆଉ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିପାରିବେ ବୋଲି ସରକାର ନିୟମ କରିଥିଲେ । କିନ୍ତୁ ଏଠାରେ ଏହି ତିନି ଜଣ କର୍ମୀମାନେ ଅବଧି ଶେଷ ପରେ ଛଅ ମାସ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଦରମା ନଦିଆଯାଇ କାର୍ଯ୍ୟରୁ ବାହାର କରାଯାଇଥିଲା । ଯାହାକୁ ବିରୋଧ କରି ଆନ୍ଦୋଳନ କରାଯିବା ସହ ଦାବି ପୂରଣ ନହେଲା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.