ETV Bharat / city

ସିତାରାମ ୟେଚୁରୀଙ୍କୁ ଦିଲ୍ଲୀ ଦଙ୍ଗାରେ ଜଡିତ କରିବା ବିରୋଧରେ ପ୍ରତିବାଦ

author img

By

Published : Sep 15, 2020, 4:20 PM IST

ସିତାରାମ ୟେଚୁରୀଙ୍କୁ ଦିଲ୍ଲୀ ଦଙ୍ଗାରେ ଜଡିତ କରିବା ବିରୁଦ୍ଧରେ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ସିତାରାମ ୟେଚୁରୀଙ୍କୁ ଦିଲ୍ଲୀ ଦଙ୍ଗାରେ ଜଡିତ କରିବା ବିରୁଦ୍ଧରେ ପ୍ରତିବାଦ

ବ୍ରହ୍ମପୁର: ଦିଲ୍ଲୀ ପୋଲିସ ସିତାରାମ ୟେଚୁରୀଙ୍କୁ ଦିଲ୍ଲୀ ଦଙ୍ଗାରେ ଜଡିତ ଦର୍ଶାଇ ମିଥ୍ୟା ମାମଲାରେ ଫସାଇବାକୁ ହୀନ ଷଡଯନ୍ତ୍ର କରିଛି । ଏପରି କହି ବ୍ରହ୍ମପୁର ଠାରେ ପ୍ରତିବାଦ କରିଛି ସିପିଆଇଏମ । ସିପିଆଇଏମ୍ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯିବା ସହ ଏଭଳି ଦଙ୍ଗାରେ ଜଡିତ ପ୍ରକୃତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା । ଏପରିକି ଏଥିରେ ସୀତାରାମ ୟେଚୁରୀଙ୍କ ସମେତ କେତେକ ଶିକ୍ଷାବିତ ମାନଙ୍କୁ ସମ୍ପୃକ୍ତ କରିବା ଭଳି ଚକ୍ରାନ୍ତ ବନ୍ଦ କରିବାକୁ ଦାବି କରାଯାଇଛି ।

ସହରର କମାପଲି ଛକ ଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଆଇଏମ୍ ସହିତ ସିପିଆଇର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଦିଲ୍ଲୀ ଦଙ୍ଗାରେ ସମ୍ପୃକ୍ତ ଦଳୀୟ ନେତା ମାନଙ୍କୁ ମୁକୁଳାଇବା ପାଇଁ ବିରୋଧୀଙ୍କ ନାମ ଯୋଡାଯାଇଥିବା ଘଟଣାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଆଇଏମ ନେତା ଯୁଧିଷ୍ଠିର ବେହେରା, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସିପିଏମ ନେତା ବସନ୍ତ ନନ୍ଦ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ପଞ୍ଚାନନ ଜେନା, ଅଶୋକ ଦାଶ, ହରି ନାହାକ, ଚିଟି ବାବୁ, ନୃସିଂହ ବ୍ରହ୍ମା, ଲକ୍ଷ୍ମଣ ନାୟକ, ଲୋକନାଥ ରଥ, ଗୋପାଳ ପାଣିଗ୍ରାହୀ, ଗୌର ସାହୁ ଗୋପାଳ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.