ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ। ପାଟପୁର ଥାନା ପ୍ରତାପଗିରି ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର କୋଠ ଘରେ ଏଭଳି ବିଭତ୍ସ ହତ୍ୟା କରାଯାଇଥିବା ଦେଖାଯାଇଛି । ମୃତକ ଜଣଙ୍କ ହେଲେ ପ୍ରତାପଗିରି ଗ୍ରାମର ଆର. କାରଡା ପାତ୍ର।
ଗତକାଲି ରାତ୍ର ସମୟରେ ଗ୍ରାମର କୋଠ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୃଦ୍ଧଙ୍କ ବେକକୁ କାଟି ଦିଆଯାଇଥିବା ବେଳେ ବହୁ ପରିମାଣରେ ରକ୍ତସ୍ରାବ ହେବା ସହ କୋଠଘର ରକ୍ତ ଜୁଡୁବୁଡୁ ହୋଇଥିବା ଦେଖାଯାଇଛି ।
କେହି ଦୁର୍ବୁତ୍ତ ବେକକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅନୁମାନ କରାଯାଉଥିବା ବେଳେ କିଏ ଏବଂ କାହିଁକି ଏଭଳି ହତ୍ୟା କଲା ତାହାକୁ ନେଇ ପାଟପୁର ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ