ବ୍ରହ୍ମପୁର: ଓଡିଶା ଜୁଡିସିଆଲ ଏକାଡେମୀର ତରଫରୁ ଏକ ୨୬ ଜଣିଆ ପ୍ରତିନିଧି ଦଳ ବ୍ରହ୍ମପୁର ସହରର ବାଳ ସୁଧାର ଗୃହ ଏବଂ ବାଳାଶ୍ରମ ପରିଦର୍ଶନ କରିଛନ୍ତି । ଏହି ଟିମରେ ୧୪ ଜିଲ୍ଲାରୁ ୧୨ ଜଣ ମହିଳା ପ୍ରତିନିଧି ରହିଥିବା ବେଳେ ୧୪ ଜଣ ପୁରୁଷ ସଦସ୍ୟ ରହିଥିଲେ ।
ଜୁଡିସିଆଲ ଏପଇଣ୍ଟମେଣ୍ଟ ଟ୍ରେନିଙ୍ଗର ଏହା ଗୋଟିଏ ଅଂଶ ହୋଇଥିବା ବେଳେ ସୁଧାର ଗୃହରେ ପିଲାମାନେ କିପରି ରୁହନ୍ତି ଏବଂ ସରକାରଙ୍କ ସମସ୍ତ ସୁବିଧା ସେମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହାକୁ ଅନୁଧ୍ୟାନ କରିଥିଲେ ଏହି ସଦସ୍ୟ ।
ଏହି ଦଳ ପ୍ରଥମେ ବ୍ରହ୍ମପୁର ବାଳକ ଓ ମହିଳା ସୁଧାର ଗୃହ ବୁଲିବା ପରେ ଉତ୍କଳ ବାଳାଶ୍ରମ ବୁଲି ଦେଖିଥିଲେ । ବ୍ରହ୍ମପୁରର ଉଭୟ ସ୍ଥାନରେ ସମସ୍ତ ବ୍ୟବସ୍ଥା ଠିକ୍ ଚାଲିଥିବା ବେଳେ ଅନ୍ତେବାସୀ ଉନ୍ନତ ମାନର ସେବା ପାଉଥିବା ସେମାନେ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ