ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏନଏସିକୁ କୋରୋନା ମୁକ୍ତ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗତ ଜୁଲାଇ ୧୫ ତାରିଖରୁ ଗୋପାଳପୁରରୁ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୨୯ ତାରିଖ ମଧ୍ୟରେ ଏଠାରୁ କେହି କୋରୋନା ପଜିଟିଭ ଚି଼ହ୍ନଟ ହୋଇ ନାହାନ୍ତି ।
ପ୍ରତିଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏନେଇ ସବୁଠୁ ଆଗରେ ରହିଛି ଗଞ୍ଜାମ ଜିଲ୍ଲା । ତେବେ ଏହି ଏନଏସି ରେଡ ଜୋନରୁ ଗ୍ରୀନ ଜୋନ ୱାର୍ଡରେ ପରିଣତ କରିବା ପାଇଁ ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ଜାରି ରଖିଥିବା ପଦକ୍ଷେପରେ ସଫଳ ହୋଇଥିବା କୁହାଯାଇଛି ।
ମୁଖ୍ୟତଃ ଲକ୍ଷଣ ଚି଼ହ୍ନଟ, ଆଇସୋଲେସନ ଭଳି କମ୍ୟୁନିଟି ସାମିଲ ହେବା ସହ ସଠିକ୍ ମନିଟରିଙ୍ଗ୍ ପାଇଁ ଶେଷରେ ଏଭଳି ସଫଳତା ହାସଲ କରାଯାଇପାରିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ