ETV Bharat / city

ମଦ ଚଢାଉ କରିବାକୁ ଯାଇ ଗ୍ରାମବାସୀଙ୍କୁ ଜୁଲମ - ମଦ ଚଢାଉ

ମଦ ଚଢାଉ ବେଳେ ସାଧାରଣ ଲୋକଙ୍କୁ ପୋଲିସର ଜୁଲମ । ଗଞ୍ଜାମ ଜିଲ୍ଲା କୁଇ ସମାଜ ପକ୍ଷରୁ ପୋଲିସ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ବ୍ରହ୍ମପୁର
author img

By

Published : Jul 7, 2019, 11:51 PM IST

ବ୍ରହ୍ମପୁର: ମଦ ଚଢାଉ କରିବାକୁ ଯାଇ ଗ୍ରାମବାସୀଙ୍କ ଉପରେ ପୋଲିସର ଜୁଲମ । ଗଞ୍ଜାମ ପୋଲିସ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲା କୁଇ ସମାଜ । ଏନେଇ ରବିବାର ଜିଲ୍ଲା କୁଇ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ବ୍ରହ୍ମପୁର

ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ଜୁନ ୧୩ ତାରିଖରେ ପୋଲିସ ଦେଶୀ ମଦ ରାନ୍ଧୁଥିବା ମିଛ ଅଭିଯୋଗରେ ଗ୍ରାମର 4 ଜଣ ପୁରୁଷ ଓ ମହିଳାଙ୍କ ଜେଲ ହାଜତକୁ ପଠାଇଥିଲା । ଏନେଇ କୁଇ ସମାଜ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଓ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସାକ୍ଷାତ କରାଯାଇଥିଲା । ହେଲେ ଏ ସବୁ ଜାଣିବା ପରେ ସ୍ଥାନୀୟ ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଯୋଜନା କରୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୁଇ ସମାଜର ସାଧାରଣ ସମ୍ପାଦକ ।

ତେଣୁ ଆଗାମୀ ଦିନରେ ସେମାନଙ୍କୁ ନ୍ୟାୟ ନ ମିଳିଲେ କୁଇ ସମାଜ ପକ୍ଷରୁ ଥାନାରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

te

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.