ETV Bharat / city

ବିବାହର 6 ଦିନ ପରେ ଯେବେ କାରଗିଲରୁ ଆସିଥିଲା ଶେଷ ଚିଠି...

author img

By

Published : Jul 25, 2019, 11:53 PM IST

ଲାନ୍ସ ନାଏକ ଏସ୍‌.ଶ୍ରୀନିବାସ ପାତ୍ର । କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡିଆ । ବିବାହର ମାତ୍ର 6 ଦିନ ପରେ ଦେଶ ମାତୃକାର ସେବା ପାଇଁ କାର୍ଗିଲରୁ ଆସେ ଲାନ୍ସ ନାଏକଙ୍କ ପାଇଁ ଡାକରା । ଆଉ ନୂଆ ଜୀବନକୁ କ୍ଷଣିକରେ ଛାଡି ଯୁଦ୍ଧ କ୍ଷେତ୍ରରେ ଆଗେଇ ଚାଲିଥିଲେ ଶ୍ରୀନିବାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: 1999 ମସିହା ଜୁଲାଇ ମାସ । ଦୀର୍ଘ ଦୁଇ ମାସ ଧରି ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଘଟିଥିଲା ଅନ୍ତ । ଦେଶର ବୀର ଯବାନ ନିଜ ଜୀବନର ବଳିଦାନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ଲେଖିଯାଇଥିଲେ ଇତିହାସ । ସେହି ଇତିହାସକୁ ପୂରିବାକୁ ଯାଉଛି 20 ବର୍ଷ । ସାରା ଦେଶ କାର୍ଗିଲ ବିଜୟ ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଓଡିଶାରେ ମଧ୍ୟ ବୀର ଓଡିଆ ଶହୀଦଙ୍କୁ ମନେ ପକାଇଛନ୍ତି ରାଜ୍ୟବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଲାନ୍ସ ନାଏକ ଏସ୍‌.ଶ୍ରୀନିବାସ ପାତ୍ର । କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡିଆ । ବିଡମ୍ବନାର କଥା କି ଶ୍ରୀନିବାସ ଛୁଟି ନେଇ ନୂଆ ଜୀବନ କରିବା ପାଇଁ ଆସିଥାଆନ୍ତି । ବେଶ ଧୁମଧାମରେ ଘରକୁ ଆସିଥାଏ ନବବଧୂ । ହେଲେ ବିବାହର ମାତ୍ର 6 ଦିନ ପରେ ଦେଶ ମାତୃକାର ସେବା ପାଇଁ କାରଗିଲରୁ ଆସେ ଲାନ୍ସ ନାଏକଙ୍କ ପାଇଁ ଡକରା । ଆଉ ନୂଆ ଜୀବନକୁ କ୍ଷଣିକରେ ଛାଡି ଯୁଦ୍ଧ କ୍ଷେତ୍ରରେ ଆଗେଇ ଚାଲିଥିଲେ ଶ୍ରୀନିବାସ ।

ଅଦମ୍ୟ ସାହସର ସହ ଶତୃ ପକ୍ଷର ଗୁଳିର ସାମ୍ନା କରିଥିଲେ ଶ୍ରୀନିବାସ । ହେଲେ 5 ଜୁଲାଇରେ ସେହି ଗୁଳିରେ ଦେଶ ମାତୃକା ପାଇଁ ରକ୍ତର ଛିଟାରେ ଆଙ୍କି ଦେଇଯାଇଥିଲେ ସେ ନିଜ ଶେଷ ନିଃଶ୍ବାସର ଛବି । କମ୍‌ ବୟସରୁ ତାଙ୍କର ଏହି ବଳିଦାନ ଆଜିର ଯୁବପୀଢିଙ୍କ ପାଇଁ ପ୍ରେରଣାଦାୟୀ । ତାଙ୍କ ବୀରତ୍ବର କଥା କହିଲେ ଗର୍ବରେ ଫାଟି ପଡେ ପରିବାର ଲୋକ ଓ ଗ୍ରାମବାସୀଙ୍କ ଛାତି ।

ଶହୀଦ ଶ୍ରୀନିବାସଙ୍କ ସ୍ମୃତିରେ ଗାଁର କିଛି ଉତ୍ସାହୀ ଯୁବକ ପ୍ରତିଷ୍ଠା କରିଛନ୍ତି ତାଙ୍କର ପ୍ରତିମୂର୍ତ୍ତୀ । ଆଉ ଏବେ କାରଗିଲ ବିଜୟ ଦିବସର 20 ବର୍ଷ ପୂର୍ତ୍ତି ଅବସରରେ ଗାଁରେ ବଣ୍ଟା ଚାଲିଛି ସଚେତନତା ବାର୍ତ୍ତା । ତେଣେ କାରଗିଲରେ ଚାଲିଛି ଭାରତୀୟ ସେନା ପକ୍ଷରୁ ଜୋରସୋର ପ୍ରସ୍ତୁତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:(ଆଙ୍କର)-ସାରା ଦେଶରେ ପାଳନ କରିବ ୨୦ ବର୍ଷର କାରଗିଲ ବିଜୟ ଦିବସ । ଭାରତ ଓ ପାକିସ୍ତାନ ର ଏହି କାରଗିଲ ଯୁଦ୍ଧ ସମୟରେ ଦେଶ ମାତୃକାର ସେବା କରିବା ପାଇଁ ଅନେକ ଯବାନ ଦେଇଥିଲେ ନିଜ ଜୀବନ କୁ ବଳିଦାନ ।ସେହି ଅମର ବୀର ଯବାନଙ୍କ ବୀରତ୍ବ ଗାଥାକୁ ସ୍ମରଣ କରିବା ସମୟରେ ମନେ ପଡେ ଗଞ୍ଜାମ ଜିଲ୍ଲାର କାରଗିଲ ଶହୀଦ ଏସ୍. ଶ୍ରୀନିବାସ ଙ୍କ କଥା । ବିବାହର ମାତ୍ର ଛଅ ଦିନ ପରେ ନବବଧୁ କୁ ଘରେ ଛାଡି ରଣଭୂମୀ କୁ ଯାଇ ଶତ୍ରୁର ଗୁଳିରେ ଟଳି ପଡିଥିବା ଏହି ଶହୀଦ ଙ୍କୁ ଆଜି ବି ଝୁରୁଛି ନିଜ ପୈତୃକ ଗ୍ରାମ ।
Body:(ଭି.ଓ-୧)-କାରିଗିଲ ଯୁଦ୍ଧର ବିଜୟ କଥା କୁହାଗଲେ ମନେ ପଡେ ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡିଆ ଶହୀଦ ଏସ୍ ଶ୍ରୀନିବାସ ପାତ୍ର ଙ୍କର ବୀରତ୍ବର କଥା । ଦେଶରେ ୨୦ ବର୍ଷର କାରଗିଲ ବିଜୟ ଦିବସ ପାଳନ କରୁଥିବା ବେଳେ ଶହୀଦଙ୍କ ଜନ୍ମମାଟି ଠାରୁ ଆରମ୍ଭ କରି ସାରା ଗ୍ରାମର ଜନସାଧାରଣ ଆଜିବି ମନେ ଭୁଲି ପାରୁନାହାନ୍ତି ସେହି ବୀରତ୍ବର ଗାଥା କୁ । ୧୯୯୯ ମସିହା ଜୁନ ମାସର କଥା । ଗଞ୍ଜାମ ଜିଲ୍ଲାର ଜଗଦଳପୁର ଗ୍ରାମକୁ ବିବାହ କରିବାକୁ ଛୁଟି ରେ ଆସିଥାନ୍ତି ଲାଏନ୍ସ ନାୟକ ଏସ୍.ଶ୍ରୀନିବାସ ପାତ୍ର । ଶ୍ରୀନିବାସ ଙ୍କ ବାହାଘର ହେବା ପରେ ଭୋଜିଭାତ କୁ ନେଇ ପରିବାର ,ବନ୍ଧୁବର୍ଗ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଏକ ପ୍ରକାର ମାହୋଲ ରହିଥିବା ବେଳେ ହଠାତ୍ ବାହାଘରର ଛଅ ଦିନ ପରେ ସୈନ୍ୟବାହିନୀରୁ ନିର୍ଦ୍ଦେଶ ପହଞ୍ଚିଥିଲା ତୁରନ୍ତ କାରଗିଲ ସେକ୍ଟରରେ ପହଞ୍ଚିବା ପାଇଁ । ଆଉ ଏଭଳି ଖବର ପାଇ ଛଅ ଦିନର ନବବଧୁ କୁ ଘରେ ଛାଡି ବାହାରି ଯାଇଥିଲେ ରଣଭୂମୀ କୁ । ଦେଶ ମାତୃକାର ସେବା କରିବା ପାଇଁ ଶତ୍ରୁ ପକ୍ଷକୁ ଦମନ କରି ମାଡି ଯାଇଥିଲେ ଆଗକୁ ଆଗକୁ। ଆଉ କାରଗିଲ ଯୁଦ୍ଧରେ ଜୁଲାଇ ମାସର ୫ ତାରିଖରେ ଶତ୍ରୁର ଗୁଳିରେ ଟଳି ପଡିଥିବା ଏହି ଶହୀଦ।
ବାଇଟ୍-ତ୍ରିଲୋଚନ ପାତ୍ର(ଶ୍ରୀନିବାସ ଙ୍କ ଭାଇ)

(ଭି.ଓ-୨)-ସହୀଦ ଶ୍ରୀନିବାସ ଙ୍କ ବାଲ୍ୟଜୀବନ କଟିଥିଲା ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ।ଗ୍ରାମରେ ସ୍କୁଲ ଶିକ୍ଷା ଶେଷ ପରେ ଯୁକ୍ତ ଦୁଇରେ ପାଶ ହୋଇ ଯୋଗ ଦେଇଥିଲେ ସୈନ୍ୟବାହିନୀରେ । ଇତିମଧ୍ୟରେ ଗ୍ରାମବାସୀ ଏବଂ ଗ୍ରାମର କିଛି ଉତ୍ସାହୀ ଯୁବକ ମିଳିତ ଉଦ୍ୟମରେ ଗ୍ରାମରେ ଶହୀଦ ଶ୍ରୀନିବାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ପ୍ରତ୍ୟେକ ଗ୍ରାମବାସୀ ଶ୍ରୀନିବାସ ଙ୍କ ସାହାସିକତା କୁ ନେଇ ନିଜକୁ ଗର୍ବ କରିବା କରିବା ସହ ପ୍ରତ୍ୟେକ ବର୍ଷ କାରଗିଲ ବିଜୟ ଦିବସକୁ ପାଳନ କରି ଆସୁଛନ୍ତି।
ବାଇଟ୍-ବି.ବାବୁ ପାତ୍ର(ଗ୍ରାମବାସୀ)
ବାଇଟ୍-ରାମ କୁମାର ପାତ୍ର(ବ୍ରହ୍ମପୁର ବାସିନ୍ଦା)
Conclusion:(ଫା.ଭି.ଓ)- ଦେଶରେ ବିଜୟ ଦିବସ ପାଳନ ହେଉଥିବା ବେଳେ ନିଜ ପୈତୃକ ଗ୍ରାମରେ ଓଡିଆ ଶହୀଦ ଶ୍ରୀନିବାସ ଙ୍କୁ ଝୁରୁଛନ୍ତି ସମସ୍ତେ।ଏହାରି ଭିତରେ ଦେଶ ତାର ପ୍ରତିରକ୍ଷା କ୍ଷେତ୍ରକୁ କରାଯାଇଛି ଅଧିକ ସୁଦୃଢ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ.....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.