ETV Bharat / city

ଥମୁନି ଜଳକଷ୍ଟ, ପ୍ରତିବାଦରେ ଘଣ୍ଟଯାତ୍ରା ବିକ୍ଷୋଭ - water supply

ଜଳକଷ୍ଟରୁ ମୁକ୍ତି ପାଉନି ବ୍ରହ୍ମପୁର ସହର । ଜାନିବିଲି ପ୍ରକଳ୍ପ ଲୋକଙ୍କୁ ପାଣି ଓ ପକ୍କା ରାସ୍ତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ରହ୍ମପୁରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 24, 2019, 9:26 PM IST

ବ୍ରହ୍ମପୁର: ବ୍ରହ୍ମପୁର ସହରରେ 2018 ନଭେମ୍ବର ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଓ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଚୁକ୍ତି କରିଥିଲା ଜାନିବିଲି ପ୍ରକଳ୍ପ । କିନ୍ତୁ 2019 ଜୁଲାଇ ସୁଦ୍ଧା ଜାନିବିଲି ପ୍ରକଳ୍ପ ନାଁ ପାଣି ଦେଇଛି, ନାଁ ରାସ୍ତା । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ବ୍ରହ୍ମପୁରବାସୀ । ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମୁଖରେ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ ଆରମ୍ଭ କରିଛନ୍ତି ମାନବ ଅଧିକାର ସୁରକ୍ଷା ମଞ୍ଚ କର୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ପ୍ରତିବାଦରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପ୍ରକଳ୍ପକୁ ବିରୋଧ କରି ‘ଜାନିବିଲି ପ୍ରଚାର ସାଇଁ ସାଇଁ, ପାଣି ଯୋଗାଣ କାହିଁକି ନାହିଁ’ର ସ୍ଲୋଗାନ ଦେଇଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ଜାନିବିଲି ଜଳ ପ୍ରକଳ୍ପ ପାଇଁ ପାଞ୍ଚ ଶହ କୋଟି ଏଲ ଏଣ୍ଡ ଟି କମ୍ପାନୀ ସହ ରାଜିନାମା କରି ପାଣି ଓ ରାସ୍ତାର ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରକଳ୍ପ ପାଇଁ ଲୋକ ଖୁସି ଥିବାବେଳେ ଏବେ ପାଣି ତ ଦୂରର କଥା ରାସ୍ତାଘାଟର ମଧ୍ୟ ଶୋଚନୀୟ ଅବସ୍ଥା । ଯାହାଫଳରେ ଯାତାୟତ ପାଇଁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ତେବେ ଏହି ପ୍ରକଳ୍ପ ନିର୍ବାଚନ ବୈତରଣୀ ପାର ହେବାର କେବଳ ଯେ ଏକ ଧୁଆଁବାଣ କହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମାନବ ଅଧିକାର ସୁରକ୍ଷା ମଞ୍ଚ ।

ତେବେ ପ୍ରତିବାଦରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଂଯୋଜକ ଅବନୀ କୁମାର ଗୟାଙ୍କ ସମେତ ସହରର ବିଭିନ୍ନ ବର୍ଗର ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ବିକ୍ଷୋଭ ପରେ ଏ ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଜାନିବିଲି ପ୍ରକଳ୍ପ ର ଚୁକ୍ତି ଅନୁଯାୟୀ ବ୍ରହ୍ମପୁର ସହରରେ ପ୍ରତ୍ୟେକ ଘର କୁ ପାନୀୟ ଜଳ ଯୋଗାଣ କରିବା ସହ ପ୍ରତି ସାହିରେ ପକ୍କା ରାସ୍ତା ନିର୍ମାଣ କରିବା ଦାବି ନେଇ ବ୍ରହ୍ମପୁର ଠାରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଜନସ୍ବାସ୍ଥ ବିଭାଗ କାର୍ଯ୍ୟାଳୟ ସମୁଖରେ ୯୪ ତମ ଘଣ୍ଟଯାତ୍ରା ମାଧ୍ୟମରେ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି ।ଗତ ସାଧାରଣ ନିର୍ବାଚନ ସମୟରେ ଜାନିବିଲି ଜଳ ପ୍ରକଳ୍ପ ପାଇଁ ପାଞ୍ଚ ଶହ କୋଟି ଏଲ୍ ଏଣ୍ଡ ଟି କମ୍ପାନୀ ସହ ରାଜିନାମା କରି ଗତ ନଭେମ୍ବର ୨୦୧୮ ସୁଦ୍ଧା ପ୍ରତି ଘରକୁ ପାଣି ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତରବରିଆ ଭାବରେ କାର୍ଯ୍ୟ ହୋଇ ବିଚ୍ଛାଯାଇଥିବା ଖାଲକୁ ପୂରଣ କରାଯାଉନଥିବା ନେଇ ବିକ୍ଷୋଭରେ ସମାଲୋଚନା କରାଯାଇଛି ।ଏଥିରେ ମାନବ ଅଧିକାର ସୁରକ୍ଷା ମଞ୍ଚ ର ସ°ଯୋଜକ ଅବନୀ କୁମାର ଗୟା ଙ୍କ ସମେତ ସହରର ବିଭିନ୍ନ ବର୍ଗର ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।ବିକ୍ଷୋଭ ପରେ ଏ ସ°ପର୍କୀତ ଏକ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଜନସ୍ବାସ୍ଥ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା।
ବାଇଟ୍-ଅବନୀ କୁମାର ଗୟା(ସ°ଯୋଜକ-ମାନବ ଅଧିକାର ସୁରକ୍ଷା ମଞ୍ଚ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.