ETV Bharat / city

ପୂଜା ସିଜିନରେ ଗଡିବ ସ୍ୱଦେଶ ଦର୍ଶନ ଟ୍ରେନ୍, ସେପ୍ଟେମ୍ବରରୁ ଟିକେଟ ବୁକିଂ

IRTC ର ସ୍ୱଦେଶ ଦର୍ଶନ ଟ୍ରେନ୍ ସେବା ଆରମ୍ଭ । ଆସନ୍ତା ପୂଜା ସିଜିନରେ ଦେଶର ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀକୁ କରିବ ଯାତ୍ରା । ସେପ୍ଟେମ୍ବରରୁ ଟିକେଟ ବୁକିଂ ଆରମ୍ଭ । ଅଧିକ ପଢନ୍ତୁ

ପୂଜା ସିଜିନରେ ଭ୍ରମଣ ପାଇଁ ସ୍ବତନ୍ତ୍ର ରେଳସେବା ଆରମ୍ଭ କଲା IRTC, ସେପ୍ଟେମ୍ବରରୁ ଟିକେଟ ବୁକିଂ

author img

By

Published : Aug 6, 2022, 6:50 PM IST

Updated : Aug 6, 2022, 8:20 PM IST

ବ୍ରହ୍ମପୁର: ଆସନ୍ତା ପୂଜା ସିଜିନକୁ ଦୃଷ୍ଟିରେ ରଖି ସ୍ୱଦେଶ ଦର୍ଶନ ନାମରେ ଏକ ସ୍ୱତନ୍ତ୍ର ରେଳ ସେବା ଆରମ୍ଭ କରିଛି IRCTC । ଏହି ଟ୍ରେନ ସ୍ବତନ୍ତ୍ର ଭାବେ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଭ୍ରମଣ କରିବ । ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି IRCTC ର ଆଞ୍ଚଳିକ ନିର୍ଦ୍ଧେଶିକା ଡ.କ୍ରାନ୍ତି ପି ସବରକର ଓ ଚିଫ୍ ସୁପରଭାଇଜର ସଙ୍ଗୀତା ରାଉଳ ।

ପୂଜା ସିଜିନରେ ଗଡିବ ସ୍ୱଦେଶ ଦର୍ଶନ ଟ୍ରେନ୍, ସେପ୍ଟେମ୍ବରରୁ ଟିକେଟ ବୁକିଂ

ଜନସାଧାରଣ ଆସନ୍ତା ମାସରୁ ଅନଲାଇନ୍‌ରେ ଟିକେଟ ବୁକିଙ୍ଗ୍ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ସେପ୍ଟେମ୍ୱରରୁ ଡିସେମ୍ୱର ମଧ୍ୟରେ ସ୍ୱଦେଶ ଯାତ୍ରା ଦକ୍ଷିଣ ଭାରତର ବିଭିନ୍ ପର୍ଯ୍ୟଟନସ୍ଥଳ ଓ ଧର୍ମପୀଠକୁ ଯାତ୍ରା କରିବ । ଏହି ପର୍ଯ୍ୟଟନସ୍ଥଳ ମଧ୍ୟରେ ରାମେଶ୍ୱରମ୍, କନ୍ଯାକୁମାରୀ, ଥାଞ୍ଜାଭୁର, କାଞ୍ଚିପୁରମ୍, ମହାବଳିପୁରମ୍, ମଲ୍ଲିକାର୍ଜୁନ ଭଳି ପ୍ରମୁଖ ସ୍ଥାନ ରହିଛି । ଯାତ୍ରୀଙ୍କ ନିମନ୍ତେ ସମ୍ୱଲପୁର, ଭୁବନେଶ୍ୱର ଓ ବ୍ରହ୍ମପୁରଠାରେ ବୋଡିଙ୍ଗ୍ ପଏଣ୍ଟ ଉପଲ୍ଲବ୍ଧ ରହିଥିବା ବେଳେ ଯାତ୍ରୀଙ୍କ ପିଛା 18 ହଜାର 550 ଟଙ୍କା ରହିଥିବାବେଳେ ଷ୍ଟାଣ୍ଡାର୍ଡ ସିଟ୍ ପାଇଁ 21 ହଜାର 205 ଟଙ୍କାର ପ୍ୟାକେଜ୍ ରହିଛି ।

ଏହି ଯାତ୍ରା 10 ରାତ୍ରି ଓ 11 ଦିନ ରହିବ ବୋଲି ଆଇ.ଆର୍.ସି.ଟି.ସି ପକ୍ଷରୁ କୁହାଯାଇଛି । ଏପରିକି ଆସନ୍ତା ମହାଳୟା ପିଣ୍ଡଦାନ ନିମନ୍ତେ ସେପ୍ଟେମ୍ୱର 17 ତାରିଖରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏଥିରେ ଯାତ୍ରୀମାନେ ଗୟା, ବୁଦ୍ଧଗୟା, ବାରଣାସୀ ଓ ପ୍ରୟାଗରାଜ ଯାତ୍ରାର ସୁବିଧା ପାଇପାରିବେ । ସେହିପରି ଆଣ୍ଡାମାନ, ରାଜସ୍ଥାନ, ଗୁଜୁରାଟ, କାଶ୍ମୀର ଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 6, 2022, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.