ବ୍ରହ୍ମପୁର: ବିଜ୍ଞାନର ଅଗ୍ରଗତି ସହିତ ଆମେ ସ୍ମାର୍ଟ ଯୁଗରେ ପ୍ରବେଶ କରିଛନ୍ତି । ସମସ୍ତ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଛି । ଏଭଳି ସ୍ଥିତିରେ ମାନବ ସମାଜର ସୁରକ୍ଷା ଲାଗି ଏକ ଭିନ୍ନ ପ୍ରୋଜେକ୍ଟ ତିଆରି କରିଛନ୍ତି ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ଜଣେ ଛାତ୍ରୀ । ଘରେ ସୁରକ୍ଷିତ ରହିବା ଲାଗି ଆମେ ବିଭିନ୍ନ ପ୍ରକାର ସିକ୍ୟୁରିଟି ଉପକରଣ ସହିତ କୁକୁର ମଧ୍ୟ ରଖିଥାଉ । ମାତ୍ର ଏହି ପ୍ରୋଜେକ୍ଟକୁ ଅନୁକରଣ କଲେ ଏଗୁଡ଼ିକର ଆଉ ଆବଶ୍ୟକତା ପଡ଼ିବନି । ଏହାକୁ ଦୃଷ୍ଟିରେ ଏଭଳି ନିଆରା ସ୍ମାର୍ଟହୋମ ସିକ୍ୟୁରିଟି ସିଷ୍ଟମ (Smart home Security System) ତିଆରି କରିଛନ୍ତି ଶାଲିନୀ ।
ଟେକ୍ନାଲୋଜିକୁ ବ୍ୟବହାର କରି କିପରି ସ୍ମାର୍ଟହୋମ ତିଆରି କରାଯାଇପାରିବ ଏବଂ ଘରେ ଭିତରେ ଜଣେ ଲୋକ କିପରି ସୁରକ୍ଷିତ ରହିପାରିବ ତାହା ଉପରେ ସେ ଏକ ପ୍ରୋଜେକ୍ଟ ତିଆରି କରି ପ୍ରଦର୍ଶନୀରେ ଏହାକୁ ସାମିଲ କରିଛନ୍ତି । ମାନବର ବିକାଶରେ ବିଜ୍ଞାନର ବିକାଶ ଏବଂ ବିଜ୍ଞାନର ବିକାଶରେ ମାନବର ବିକାଶ ହୋଇଥିବାରୁ ଦୁହେଁ ଦୁହିଁଙ୍କର ପରିପୂରକ । ଏଣୁ ଏହାକୁ ବିନିଯୋଗ କରି ଶାଲିନୀ ଏହି ପ୍ରକଳ୍ପ ତିଆରି କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଶାଲିନୀକୁ ବିଜ୍ଞାନକୁ ବ୍ୟବହାର କରି ଘରେ ସ୍ମାର୍ଟ ସିକ୍ୟୁରିଟି ସିଷ୍ଟମର ବ୍ୟବହାର କରିଛନ୍ତି ।
ଏହା ବି ପଢନ୍ତୁ- ସଡକ ଦୁର୍ଘଟଣା ରୋକିବା ପାଇଁ ଛାତ୍ରୀଙ୍କ ସ୍ବତନ୍ତ୍ର ପ୍ରକଳ୍ପ
ସାଧାରଣତଃ ଆମେ ଘରେ ଶୋଇଥିବା ସମୟରେ ବର୍ଷା ହେଲେ ପ୍ରଥମତଃ ଜାଣିପାରିନଥାଉ । ଫଳରେ ବାହାରେ ଶୁଖୁଥିବା ଆମ ଲୁଗାପଟା ଓଦା ହୋଇଯାଏ । ଏଥିରୁ ବର୍ତ୍ତିବା ପାଇଁ ଘରେ ଲଗାଯିବ ରେଣ୍ଡିଡେସ୍କ ଆଲାର୍ମ । ଯାହାକି ବର୍ଷାର ଗୋଟିଏ ବିନ୍ଦୁ ଘର ଉପରେ ପଡ଼ିବା ମାତ୍ରେ ତାହା ସଙ୍ଗେ ସଙ୍ଗେ ସୂଚିତ କରାଇବ । ସେହିପରି ଓଭର ଫ୍ଲୋ ପାଇଁ ଆଲାର୍ମର ବ୍ୟବସ୍ଥା ରହିଛି । ଫଳରେ ଜଳର ଅଯଥା ଅପଚୟ ମଧ୍ୟ ହେବ ନାହିଁ । ପୃଥିବୀ ପୃଷ୍ଠରେ ଥିବା ମାତ୍ର ୨.୬ ପ୍ରତିଶତ ପାନୀୟ ଜଳ ରହିଥିବାରୁ ଏହାର ସଠିକ ବିନିଯୋଗ କରାଯାଇପାରିବ ।
ଫାୟର ଆଲର୍ମ ସହ ଗ୍ୟାସ ଲିକେଜ୍ ଆଲର୍ମ, ସ୍ମୋକ୍ ଆଲାର୍ମ, ଓଟୋମେଟିକ ଷ୍ଟ୍ରିଟ ଲାଇଟ, ଲେଜର ସିକ୍ୟୁରିଟି ଷ୍ଟିଟମ, ଡୋର ଆଲର୍ମ, ଭୂମିକମ୍ପ ଆଲର୍ମ ଆଦି ଆଲାର୍ମ ଘରେ ବାଜିବା ସହିତ ମୋବାଇଲରେ ଘରର ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ମେସେଜ ଯାଇପାରିବ । ଏପରିକି ଗ୍ୟାସ ଲିକେଜ ହେବା ମାତ୍ରେ ପରିବାର ସଦସ୍ୟଙ୍କୁ ଫୋନ ଯିବା ସହିତ ଅଗ୍ନିଶମ ବିଭାଗକୁ ମଧ୍ୟ ଫୋନ ଯାଇପାରିବ ବୋଲି କହିଛନ୍ତି ଛାତ୍ରୀ ।
ଏପରିକି କୌଣସି ଘରେ ଚୋର ପଶିଲେ ପୋଲିସ ନିକଟକୁ ଫୋନ ଯିବା ସହିତ ପରିବାର ବର୍ଗଙ୍କୁ ମଧ୍ୟ ଆଲର୍ଟ କରାଯିବ । ଘର ବନାଇବା ସମୟରେ ବର୍ତ୍ତମାନ ଏପରି ସୁରକ୍ଷାର ଆବଶ୍ୟକତା ରହିଥିବା କହିଛନ୍ତି ଛାତ୍ରୀ । ଘର ତିଆରି ପାଇଁ ଲୋକେ ଅନେକ ଅର୍ଥ ଖର୍ଚ୍ଚ କରୁଥିବାରୁ ନିଜର ସୁରକ୍ଷା ସମ୍ପର୍କରେ ଚିନ୍ତା କରି ଏଭଳି ସ୍ମାର୍ଟ ହୋମ ତିଆରି କରାଯାଇପାରିବ । ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ହୋଇଥିବା ପ୍ରାଦେଶିକ ବିଜ୍ଞାନ ମେଳାରେ ସୁବର୍ଣ୍ଣପୁରର ଛାତ୍ରୀ ଜଣକ ଏଭଳି ସ୍ମାର୍ଟ ପ୍ରକଳ୍ପର ପ୍ରଦର୍ଶନୀ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର