ETV Bharat / city

‘ଗଞ୍ଜାମରେ କୋରୋନା ସଂକ୍ରମଣ କମିଗଲା ଭାବିବା ସଂପୂର୍ଣ୍ଣ ଭୁଲ୍’

ଗଞ୍ଜାମ ଜିଲ୍ଲାରୁ କୋରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୂଲ୍ । ତେଣୁ ଜିଲ୍ଲା ବାସୀ ସତର୍କ ରହିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଅଧିକ ପଢନ୍ତୁ..

‘ଗଞ୍ଜାମ-କୋରୋନା ସଂକ୍ରମଣ କମିଗଲା ଭାବିବା ସଂପୂର୍ଣ୍ଣ ଭୁଲ୍’

author img

By

Published : Aug 31, 2020, 9:59 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରୁ କୋରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୂଲ୍ । ତେଣୁ ଜିଲ୍ଲାବାସୀ ସତର୍କ ରହିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ସେପ୍ଟେମ୍ବର ମାସ ଗଞ୍ଜାମ ଜିଲ୍ଲାପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜିଲ୍ଲା ବାସୀ ସତର୍କ ରହିବା ନିହାତି ଆବଶ୍ୟକ । ଆରଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେଥିପାଇଁ ଦୃଷ୍ଟି ଦିଅନ୍ତୁ । ପୂର୍ବ ଦିନ ମାନଙ୍କରେ ଯୋଜନା ପ୍ରସ୍ତୁତ କରି ପରୀକ୍ଷା କଲେ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରିବ ।

‘ଗଞ୍ଜାମ-କୋରୋନା ସଂକ୍ରମଣ କମିଗଲା ଭାବିବା ସଂପୂର୍ଣ୍ଣ ଭୁଲ୍’
‘ଗଞ୍ଜାମ-କୋରୋନା ସଂକ୍ରମଣ କମିଗଲା ଭାବିବା ସଂପୂର୍ଣ୍ଣ ଭୁଲ୍’

କମ୍ୟୁନିଟି କ୍ୟାଡର୍ କମିଟିକୁ ଚଳଚଞ୍ଚଳ କରି ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରନ୍ତୁ । କୋଭିଡ୍ କେୟାର ହୋମ୍ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ । ହୋମ୍ ଆଇସୋଲେସନ୍ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀ ଗଣ ଜୁମ୍ ମିଟିଂ କରି ତାଙ୍କ ଅବସ୍ଥା ବୁଝନ୍ତୁ । ସ୍ଥାନୀୟ ଷ୍ଟାଫଙ୍କୁ ନେଇ ଟିମ୍ ଗଠନ କରି ସ୍ୱାସ୍ଥ୍ୟ ଯାଞ୍ଚ୍ ସଂଗ୍ରହ ସହ ସଚେତନତା କାର୍ଯ୍ୟ କରାନ୍ତୁ । ମେଗା ହେଲଥ୍ ସ୍କ୍ରିନିଂ ସର୍ଭେ କରାଯିବ । ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବା ଚଳଚଞ୍ଚଳ ଥିବା ସଭ୍ୟଙ୍କୁ କୋଭିଡ୍ ସଖୀ (covid friend) ଭାବେ ଗ୍ରହଣ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟ ପରିଚାଳନା କରାଯିବ ବୋଲି କହିଛନ୍ତି ଜିଲାପାଳ ।

ଗର୍ଭବତୀ ମହିଳା ମାନଙ୍କ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବ । ମିନି କଣ୍ଟେନମେଣ୍ଟ ଅଞ୍ଚଳରେ ଭଲ କାର୍ଯ୍ୟ କରିବା ଯୋଗୁଁ ସଂକ୍ରମଣ ସଂଖ୍ୟା କମିଥିଲା । ବର୍ତ୍ତମାନ ଖୋଲାଯାଉଥିବା ଦୋକାନ ଗୁଡିକ ସାମାଜିକ ଦୂରତ୍ୱ ପାଳନ କରୁନଥିବା ଦୃଷ୍ଟିକୁ ଆସୁଛି । ଏଣୁ ଚଢାଉ କରି ସଂପୃକ୍ତ ଦୋକାନକୁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରତି ସୋମବାର ଅଣ୍ଡା ବିତରଣ ହେବ । ସେପ୍ଟେମ୍ବର ମାସରେ ଚାରି ମାସର ଜାତୀୟ ପେନସନ୍ ଯୋଜନା ଭତ୍ତା ଓ ମଧୁବାବୁ ପେନସନ୍ ଯୋଜନା ଭତ୍ତା ବଣ୍ଟନ କରାଯିବ । ସେପ୍ଟେମ୍ବର ମାସରେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ ।

ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟ ତ୍ୱାରାନ୍ବୀତ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ସ୍ତରୀୟ ଶିକ୍ଷା ଅଧିକାରୀ, ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ କୋଭିଡ୍ ପରିଚାଳନା ଗତ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନାରେ ଆରଟିପିସିଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା, ଗ୍ରାମ ପଞ୍ଚାୟତ ଓ ୱାର୍ଡସ୍ତରୀୟ କୋଭିଡ୍ ପରିଚାଳନା, ପରିଚାଳନାରେ ସଂଘ ଗୁଡିକ ସଂପୃକ୍ତି କରାଇବା, ଆମସ୍ୱାସ୍ଥ୍ୟ ଆମ ଦାୟୀତ୍ୱ, ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ପରୀକ୍ଷା, ମିନି କଣ୍ଟେନମେଣ୍ଟ ଜୋନ୍ ର ପରିଚାଳନା, ସାମାଜିକ ଦୂରତ୍ୱ, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଅଣ୍ଡା ବଣ୍ଟନ, ଆଡମିଶନ୍, ଡିସଚାର୍ଯ ଓ ମୃତ୍ୟୁ ଜନୀତ ପଞ୍ଜିକରଣ ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ, ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ ଓ ଏନ୍. ଆର୍.ଏଚ୍.ଏମ୍. ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.