ବ୍ରହ୍ମପୁର: ଜିଲ୍ଲାପାଳଙ୍କ ମାନବିକତା। ସଡକ ଦୁର୍ଘଟଣାରେ ଆହତ ଯୁବକଙ୍କୁ ନିଜ କାରରେ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ।
ଶେରଗଡ ବ୍ଳକ ଗୋବିନ୍ଦପୁର ଅଞ୍ଚଳର ଯୁବକ 20 ବର୍ଷୀୟ ଯୁବକ ଶିବରାମ ପ୍ରଧାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେହି ରାସ୍ତାରେ ଅଟୋ ରିକ୍ସା ସହ ଏକ ମୋଟର ସାଇକେଲ ଧକ୍କା ଯୋଗୁଁ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ । ତେବେ ଜିଲ୍ଲାପାଳ ମାରୁଡି ଗାଁ ଛକ ଦେଇ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଯୁବକଙ୍କୁ ଆହତ ଅବସ୍ଥାରେ ନିଜ ଗାଡିକୁ ଉଠାଇ ନେଇ ହିଞ୍ଜିଳି ମେଡିକାଲରେ ଚିକିତ୍ସା କରାଇଥିଲେ ।
ଡାକ୍ତରଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କ ଏଭଳି ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । ସେପଟେ ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ