ବ୍ରହ୍ମପୁର: ସବୁଠି କୋରାନା ମୁକାବିଲା ପାଇଁ ଜାରି ରହିଛି ଉଦ୍ୟମ । ଆଉ ଏଭଳି ସମୟରେ ଅନେକ ବ୍ୟକ୍ତି ବିଶେଷ ନିଜେ ଆଗକୁ ଆସି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିବାର ନଜର ରହିଛି । ମୁଖ୍ୟତଃ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ସରକାରଙ୍କ ବିଭିନ୍ନ ସଙ୍ଗରୋଧ ଗୃହରେ ରଖାଯାଉଥିବା ବେଳେ ଏହି ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ଗୋଟିଏ ସଙ୍ଗରୋଧ ଗୃହର ପାଇଖାନା ସଫେଇ କରିବାଠାରୁ ଆରମ୍ଭ କରି ନିଜେ ସମସ୍ତ ପ୍ରକାର ସଫେଇ ବ୍ୟବସ୍ଥାର ତଦାରଖ କରୁଛନ୍ତି ଜଣେ ପୂର୍ବତନ ସମିତିସଭ୍ୟ ।
ଯାହାର ଭିଡିଓ ସୋସାଇଲ ମିଡିଆରେ ଭାଇରାଲ ହୋଇଥିବା ଦେଖାଯାଇଛି । ଛତ୍ରପୁର ବ୍ଳକ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ଶତାଧିକ ପ୍ରବାସୀ ଓଡିଆ ରହୁଥିବା ବେଳେ ସେମାନଙ୍କର ସଙ୍ଗରୋଧ ଅବଧି ଶେଷ ହେବା ପରେ ସେମାନେ ନିଜ ଘରକୁ ଫେରିଛନ୍ତି । ଏହାପରେ ଆଦର୍ଶ ବିଦ୍ୟାଳୟରୁ ସଫେଇ କରିବା ନିମନ୍ତେ ସଫେଇ କର୍ମଚାରୀମାନେ ଆସିବାକୁ ଅମଙ୍ଗ ହେଉଥିବାରୁ ଏଭଳି ସମୟରେ ସ୍ଥାନୀୟ ଭିକାରିପଲ୍ଲୀ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ନିଜେ ବିଦ୍ୟାଳୟର ପାଇଖାନା ସଫେଇ କରିବା ସହ ସଙ୍ଗରୋଧ କେନ୍ଦ୍ର ପରିସରରେ ନିଜେ ସଫେଇ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ