ETV Bharat / city

ନାଳ କାମ ସମ୍ପୂର୍ଣ୍ଣ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ - ରାସ୍ତା ଅବରୋଧ

ଗଞ୍ଜାମ ଜିଲ୍ଲା ବିପୁଳିଙ୍ଗିଠାରୁ ସାହେବ ଜେନା ପଲ୍ଲୀ ପର୍ଯ୍ୟନ୍ତ ରହିଥିବା ଜୟମଙ୍ଗଳ ନାଳ କାର୍ଯ୍ୟ ସମ୍ପୂର୍ଣ୍ଣ ଦାବିରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଜୟମଙ୍ଗଳ ନାଳ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

author img

By

Published : Jul 22, 2021, 10:16 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ବିପୁଳିଙ୍ଗିଠାରୁ ସାହେବ ଜେନା ପଲ୍ଲୀ ପର୍ଯ୍ୟନ୍ତ ରହିଥିବା ଜୟମଙ୍ଗଳ ନାଳ ଓ ଭଳିଆପେଟା ମାଇନର କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦାବି ହୋଇଛି । ଏଭଳି ଦାବି କରି ଚାଷୀମାନେ ପୁରୁଣାପାଟଣା ଗ୍ରାମ ଛକ ନିକଟରେ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

ଜୟମଙ୍ଗଳ ନାଳ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

ଶଙ୍ଖ ବନ୍ଧର ପଙ୍କ ଓ ଅମରିଗଛ ପରିଷ୍କାର କରାଯିବା ଭଳି ବିଭିନ୍ନ ଦାବି ନେଇ ଚିକଲଖଣ୍ଡି ଗ୍ରାମର ବହୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହିତ ପୁରୁଣାପାଟଣା ଗ୍ରାମ ଛକ ନିକଟରେ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହିତ ଧାରଣାରେ ବସିଥିବା ସୂଚନା ମିଳିଛି । ଯେଉଁଥିପାଇଁ ଛତ୍ରପୁରରୁ ବିପୁଳିଙ୍ଗି ଯିବାକୁ ରହିଥିବା ଯାତାୟତ ଠପ ହେବା ସହ ଉଭୟ ପାର୍ଶ୍ବରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ପ୍ରାୟ ଦୀର୍ଘ ବର୍ଷ ହେଲା ନାଳ କାମ ସମ୍ପୂର୍ଣ୍ଣ ହୋଇପାରିନଥିବା ଯୋଗୁଁ ଗତ ବର୍ଷ ଚିକଲଖଣ୍ଡି ପଞ୍ଚାୟତର ପ୍ରାୟ ଶହେ ଏକର ଚାଷ ଜମି ମରୁଡି ହୋଇଯାଇଥିଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । ଚାଷୀଙ୍କ ରାସ୍ତା ଅବରୋଧ ଆନ୍ଦୋଳନ ହେଉଥିବା ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସମାଧନ ବାଟ ବାହାରି ନଥିଲା । ପରେ ଘଟଣାସ୍ଥଳରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପହଞ୍ଚି ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଉପରେ ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିସରରେ ଜଳ ସେଚନ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରିଥିଲେ ।

ଏହି ଆନ୍ଦୋଳନରେ ପି.ଡାଲେୟା ରେଡ୍ଡି, ମନୋଜ କୁମାର ନାୟକ, ଡି. ତାରେଣେୟା, ଡି.କ୍ରିଷ୍ଣା ରେଡ୍ଡି, ଡି.ଦାମୋଦର ରେଡ୍ଡି, କେ.କବିରାଜ, ଗୋଦାବରି ଗୌଡ, ଗଣପତି ଗୌଡ, ବାସୁ ଗୌଡ, ଏମ୍ ଜଗା ରାଓ, ଖଗେଶ୍ବର ନାୟକ, ସୋମା ପାତ୍ରଙ୍କ ସମେତ ବହୁ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଗତ ଦୁଇ ଦିନ ତଳେ ଉକ୍ତ ଦାବିକୁ ନେଇ ଚିକଲଖଣ୍ଡି ଗ୍ରାମ ନିକଟରେ ଚାଷୀମାନେ ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.