ETV Bharat / city

କେବେ କୁଏତରୁ ଫେରିବ ହରସଙ୍କ ମର ଶରୀର ...

author img

By

Published : Oct 24, 2019, 4:39 AM IST

ପରିବାର ପ୍ରତିପୋଷଣ କରିବାକୁ ଯାଇ ସୁଦୂର କୁଏତରେ ପ୍ରାଣ ହରାଇଛନ୍ତି ଓଡିଆ ଯୁବକ ହରସ ସାମଲ । ହେଲେ ହରସଙ୍କ ମୃତ୍ୟୁକୁ 13 ଦିନ ବିତିଥିଲେ ବି ପୁଅର ମର ଶରୀର ଫେରିପାରି ନଥିବାରୁ ଭାଙ୍ଗି ପଡିଛି ହରସ ସାମଲଙ୍କ ପରିବାର । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପରିବାର ପ୍ରତିପୋଷଣ କରିବାକୁ ଯାଇ ସୁଦୂର କୁଏତରେ ପ୍ରାଣ ହରାଇଛନ୍ତି ଓଡିଆ ଯୁବକ ହରସ ସାମଲ । ଗତ ଦୁଇ ବର୍ଷ ତଳେ ଦୁଇ ପଇସା ରୋଜଗାର କରିବା ସହ ପରିବାରର ଖର୍ଚ୍ଚ ସମ୍ଭାଳିବା ପାଇଁ ଦାଦନ ଖଟିବାକୁ କୁଏତ ଯାଇଥିଲେ ହରସ । ହେଲେ ତାଙ୍କର ହଠାତ୍‌ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ଖଲ୍ଲିକୋଟ ବ୍ଲକ ଖୋଜାପଲି ଗ୍ରାମ ସ୍ଥିତ ତାଙ୍କ ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ହରସଙ୍କ ମର ଶରୀରକୁ କୁଏତରୁ ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେଣେ ହରସଙ୍କ ମୃତ୍ୟୁକୁ 13 ଦିନ ବିତିଥିଲେ ବି ପୁଅର ମର ଶରୀର ଫେରି ପାରି ନଥିବାରୁ ଭାଙ୍ଗି ପଡିଛନ୍ତି ବାପା ରମେଶ ସାମଲ ତଥା ହରସଙ୍କ ପରିବାର ।

ତେଣେ ନିଜ ରୋଜଗାରିଆ ପୁଅକୁ ହରାଇଥିବାରୁ ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ପରିବାର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପରିବାର ପ୍ରତିପୋଷଣ କରିବା ପାଈଁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ କୁଏତ ଯାଇଥିବା ଜଣେ ଓଡିଆ ଶ୍ରମିକ ଙ୍କ ସେଠାରେ ମୃତ୍ୟୁ ଘଟିଛି ।ଏହିଭଳି ଘଟଣାରେ ଓଡିଆ ଦାଦନ ଶ୍ରମିକ ଙ୍କ ଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଖୋଜାପଲି ଗ୍ରାମରେ ହୋଇଥିବା ବେଳେ ଉକ୍ତ ଶବକୁ ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ଉକ୍ତ ଗ୍ରାମର ରମେଶ ସାମଲ ଙ୍କ ପୁଅ ହରସ ସାମଲ ଦୁଇ ବର୍ଷ ତଳେ ସୁଦୂର କୁଏତ ଯାଇଥିଲେ | ହେଲେ ପୁଅର ମୃତ୍ୟୁ ଖବର ପାଇବା ପରେ ଏବେ ମର୍ମାହତ ଅବସ୍ଥାରେ ପରିବାର ବର୍ଗ | ଏପରିକି ଇତି ମଧ୍ୟରେ ଶବ ଆଣିବା ପାଇଁ ପ୍ରାୟ 13 ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଶବ ପହଞ୍ଚି ପାରିନଥିବାରୁ ଉକ୍ତ ପରିବାର ବର୍ଗ ଏକ ପ୍ରକାର ଚିନ୍ତାରେ ରହିଛନ୍ତି ।
Body:ବାଇଟ୍-ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ,ଗଞ୍ଜାମ)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

ଗଞ୍ଜାମ ଜିଲାପାଳ ଙ୍କ ବାଇଟ୍ ମୋଜୋରେ ଯାଇଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.