ETV Bharat / city

ପ୍ରମୋଦିନୀ ହତ୍ୟାକାଣ୍ଡକୁ 6 ମାସ; ହତ୍ୟାକାରୀକୁ ଗିରଫ ଦାବିରେ ପ୍ରତିବାଦ

author img

By

Published : Nov 4, 2020, 8:20 AM IST

Updated : Nov 4, 2020, 9:33 AM IST

ପ୍ରମୋଦିନୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଆର୍.ଡି.ସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଅଧିକ ପଢନ୍ତୁ...

ପ୍ରମୋଦିନୀ ହତ୍ୟାକାଣ୍ଡକୁ 6 ବର୍ଷ; ହତ୍ୟାକାରୀକୁ ଗିରଫ ଦାବିରେ ପ୍ରତିବାଦ

ବ୍ରହ୍ମପୁର: ଗଞ୍ଜାମ ପ୍ରମୋଦିନୀ ହତ୍ୟାକାଣ୍ଡକୁ ପୁରିଛି 6 ମାସ । ହେଲେ ଏବେ ବି ଖୁଲମଖୁଲା ବୁଲୁଛି ହତ୍ୟାକାରୀ । ଏନେଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆର.ଡି.ସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଦୋଷୀକୁ ତୁରନ୍ତ ଗିରଫ କରିବା ସହ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ରାଜସ୍ବ କମିଶନରଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ତ୍ବରେ ଏହି ବିକ୍ଷୋଭ କରାଯାଇଥିଲା । ଏଥିରେ ପୀଡ଼ିତା ପରିବାରର ସଦସ୍ୟଙ୍କ ସହ ମାଆ ରମା ନାୟକ, ଶୁଭମ୍ ପ୍ରଧାନ, ଟୁକୁନା ଦାସ, ବାଲ କୃଷ୍ଣ ସାମନ୍ତରାୟଙ୍କ ସମେତ ବିଭିନ୍ନ ବର୍ଗର ପ୍ରତିନିଧି ଉପସ୍ଥିତ ଥିଲେ । ଆଗାମୀ ଦୁଇ ସପ୍ତାହ ଭିତରେ ଅପରାଧୀଙ୍କୁ ଗିରଫ କରାନଗଲେ ଭୁବନେଶ୍ବରରେ ନ୍ୟାୟ ପାଇଁ ପ୍ରତିବାଦ କରାଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଞ୍ଚଳର ଦେଖାଳି ଗ୍ରାମ ନିକଟସ୍ଥ ନାଳକୁ ସ୍ନାନ କରିବାକୁ ଯାଇଥିବା ସମୟରେ ପ୍ରମୋଦିନୀଙ୍କୁ ହତ୍ୟା କରାଯାଇଥିଲା । ଏନେଇ ମଙ୍ଗଳବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 4, 2020, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.