ETV Bharat / city

ବେଲଗାମ ତେଲ ଦର, ହନ୍ତସନ୍ତ ଯାତ୍ରୀ

author img

By

Published : Apr 28, 2021, 2:31 PM IST

ଖାଉଟିଙ୍କୁ ମହଙ୍ଗା ମାଡ । ହୁ ହୁ ହୋଇ ବଢି ଚାଲିଛି ତେଲଦର । ବଦ୍ଧିତ ତେଲ ଦର ଯୋଗୁଁ ଚିନ୍ତାରେ ଲୋକେ । ଅଧିକ ପଢନ୍ତୁ....

fuel price day today increase passenger suffer finacial problem
ବେଲଗାମ ତେଲ ଦର, ହନ୍ତସନ୍ତ ଯାତ୍ରୀ

ବ୍ରହ୍ମପୁର: ଖାଉଟିଙ୍କୁ ମହଙ୍ଗା ମାଡ । ହୁ ହୁ ହୋଇ ବଢି ଚାଲିଛି ତେଲଦର । ବଦ୍ଧିତ ତେଲ ଦର ଯୋଗୁଁ ଚିନ୍ତାରେ ଲୋକେ । ଏପଟେ ବେଲଗାମ ତୈଳ ଦରକୁ ନେଇ ସାଧାରଣ ଲୋକଙ୍କ ଠାରୁ ବସ୍‌ ମାଲିକ ଉଭୟେ ପ୍ରଭାବିତ ହୋଇଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ନିଗମ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଗଡୁଛି ବସ । ବ୍ରହ୍ମପୁର ସହରରୁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳକୁ ଓଏସଆରଟିସି ସେବା ଯୋଗାଉଛି । କିନ୍ତୁ ଆଗ ପରି ବସ୍‌ରେ ଭିଡ ହେଉ ନାହିଁ । କାରଣ ତେଲ ଦର ବୃଦ୍ଧି ଯୋଗୁଁ ବସ ଭଡା ବଢୁଛି । ଫଳରେ ବସରେ ଯାତ୍ରୀ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ।

ବେଲଗାମ ତେଲ ଦର, ହନ୍ତସନ୍ତ ଯାତ୍ରୀ

କେବଳ ଡିଜେଲ କି ପେଟ୍ରୋଲ ନୁହେଁ । ଅହେତୁକ ଭାବରେ ଖାଇବା ତେଲ ଦର ବଢୁଛି । ଯାହାର ସିଧାସଳଖ ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି । ତେଲ ଦର ହ୍ରାସ କରିବାକୁ ବହୁ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବାରମ୍ବାର ବିକ୍ଷୋଭ ମଧ୍ୟ କରାଯାଉଛି । ହେଲେ ବେଲଗାମ ତୈଳ ଦର ଉପରେ ଲାଗୁନି ରୋକ୍‌ । ସାଧାରଣତଃ ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ତେଲ ଦର ଅଧିକ ରହିଥିବାରୁ ଅସନ୍ତୋଷ ମୁଣ୍ଡ ଟେକୁଛି । ବୈଦେଶିକ ବଜାରରେ ବାରମ୍ୱାର ତୈଳ ଦର ବୃଦ୍ଧି ଘଟୁଛି । ଯାହାର ପ୍ରଭାବ ପଡୁଛି ପରିବହନ କ୍ଷେତ୍ରରେ । ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.