ETV Bharat / city

ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା: ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

author img

By

Published : Mar 26, 2021, 10:13 AM IST

ବ୍ରହ୍ମପୁର ସହରରେ ପାନୀୟ ଜଳ ସମସ୍ୟା ସମାଧାନ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା: ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ
ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା: ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖରା ଦିନ ଆରମ୍ଭରୁ ଦେଖା ଦେଇଛି ପାନୀୟ ଜଳ ସମସ୍ୟା । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି । ଆଗାମୀ ୨୦ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ସମାଧାନ ନହେଲେ ରାଜରାସ୍ତାକୁ ଦଳ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ସହରର ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଘୋଷଣା କରିଛି ଦଳ । ସ୍ଥାନୀୟ ବାପୁଜୀ ଆଶ୍ରମ ପରିସରରେ ନଗର କଂଗ୍ରେସ ପକ୍ଷରୁ ଲୋକଙ୍କ ଏହି ସମସ୍ୟା କ୍ଷେତ୍ରରେ ପ୍ରଶାସନ ଓ ସରକାର ଗୁରୁତ୍ବ ଦେଉନଥିବା ଯୋଗୁଁ ଗତ ୨୦ ବର୍ଷ ଧରି ଜନସାଧାରଣ ପାଣି ପାଇବା ପାଇଁ ନାନା ହଇରାଣ ହୋଇଥିବା କୁହାଯାଇଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ଖବର କାଗଜରେ ଜଳ ସଂଙ୍କଟ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ନିଶ୍ଚିତ ରାଜ୍ୟରେ ପାନୀୟ ଜଳ ସମସ୍ୟାକୁ ସୂଚିତ କରୁଛି ବୋଲି କିଷାନ କଂଗ୍ରେସର ରାଜ୍ୟ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଓ ମହାନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ କହିଛନ୍ତି ।

ବ୍ରହ୍ମପୁର ସହର ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇବାରେ ସରକାର ଇତିମଧ୍ୟରେ ଯେଉଁସବୁ ପ୍ରକଳ୍ପ କରିଛନ୍ତି ତାହା ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଦଳ ଅଭିଯୋଗ କରିଛି । ଏହାସହିତ ଜାନିବିଲି ପ୍ରକଳ୍ପ ପାଇଁ ଜମି ଯୋଗାଇଥିବା ପରିବାରଙ୍କ ମଧ୍ୟରୁ ଅନେକଙ୍କୁ ଅଦ୍ୟାବଧି କ୍ଷତିପୂରଣ ମିଳିନାହିଁ ଓ ଅନ୍ୟପଟେ ପ୍ରକଳ୍ପ ରହିଥିବା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପାଣି ପାଇଁ ଆନ୍ଦୋଳନ କରିବାକୁ ଦଳ ସମାଲୋଚନା କରିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜାନିବିଲି ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ହୋଇଥିଲେ ମଧ୍ୟ ଅଦ୍ୟାବଧି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇନାହିଁ । ସେହିଭଳି ବ୍ରହ୍ମପୁର ମହାନଗର ନିଗମରେ ୱାଟର ଏଟିଏମ ଆରମ୍ଭ ହୋଇ କିଛି ଦିନ ପରେ ତାହାର ମରାମତି ଆବଶ୍ୟକ ରହିଥିବା ବେଳେ ଏଥିପ୍ରତି ପ୍ରଶାସନ ଗୁରୁତ୍ବ ଦେଉନଥିବା ନେଇ ଦଳ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.