ETV Bharat / city

କୋଭିଡ ଗାଇଡ୍‌ଲାଇନ ସହ ଅଭ୍ୟାସ ଟ୍ରାକକୁ ଫେରିଲେ କ୍ରୀଡାବିତ - Etv Bharat Special Story

କୋରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଷ୍ଟାଡିୟମ୍‌ ଠାରୁ କ୍ରୀଡା ଛାତ୍ରବାସକୁ ବନ୍ଦ ରଖାଯାଇଛି । ଆଉ ଏଭଳି ସମୟରେ କ୍ରୀଡାବିତ୍‌ ମାନେ ଅଭ୍ୟାସ କରିବାକୁ ନେଇ ଚିନ୍ତାରେ ପଡିଥିବାବେଳେ କିଛି ଜିମ୍‌ରେ ନିଜକୁ ଫିଟ୍‌ ରଖିବାକୁ ପାଇଁ ଚଳାଇଛନ୍ତି ପ୍ରୟାସ । ଅଧିକ ପଢନ୍ତୁ...

କୋଭିଡ୍‌ ଗାଇଡ୍‌ଲାଇନରେ ବହୁ କ୍ରୀଡାବିତ୍‌ଙ୍କ ଅଭ୍ୟାସ ଆରମ୍ଭ

author img

By

Published : Jan 6, 2021, 2:15 PM IST

ବ୍ରହ୍ମପୁର: ଦୀର୍ଘ ଆଠ ମାସ ପରେ ପୁଣି ଟ୍ରାକ୍‌କୁ ଫେରୁଛନ୍ତି କ୍ରୀଡାବିତ୍ । ଷ୍ଟାଡିୟମ୍‌ ଓ ଜିମ୍‌ରେ ଚାଲିଛି ପ୍ରାକ୍ଟିସ୍‌ । ଭାରୋତ୍ତୋଳନକୁ ନେଇ ବ୍ରହ୍ମପୁରର କ୍ରୀଡାବିତ୍‌ ଅନେକ ସଫଳତା ଆଣିଥିବାବେଳେ କ୍ରୀଡା ଛାତ୍ରବାସ ଠାରୁ ଆରମ୍ଭ କରି ଅନେକ ଷ୍ଟାଡିୟମ୍ ବନ୍ଦ ଥିବାରୁ ଚିନ୍ତିତ ଥିଲେ ଏମାନେ ।

କୋଭିଡ୍‌ ଗାଇଡ୍‌ଲାଇନ

ଘରେ ରହି ନିୟମିତ ଅଭ୍ୟାସରୁ ବାଦ୍‌ ପଡୁଥିଲେ ଭାରୋତ୍ତୋଳନକାରୀ । କିଏ ଭୟରେ ଘରୁ ବାହାରୁ ନଥିଲା ତ, କିଏ ନିଜକୁ ଫିଟ୍‌ ରଖିବାକୁ କେବଳ ଦିନକୁ ଦୁଇବେଳା ଶାରୀରିକ ବ୍ୟାୟାମ ଜାରି ରଖିଥିଲା । ହେଲେ ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ବିଭିନ୍ନ ଘରୋଇ ଜିମ୍‌ରେ ଏବେ ପୁଣି ଥରେ ଅଭ୍ୟାସ ଆରମ୍ଭ କରିଛନ୍ତି ଏମାନେ ।

ରାଜ୍ୟ ତଥା ଦେଶରେ ଏବେବି କୋଭିଡର ଭୟ ରହିଥିବାରୁ ସମସ୍ତ କ୍ରୀଡା ଅନୁଷ୍ଠାନ ଖୋଲିପାରିନାହିଁ । ଫଳରେ କ୍ରୀଡାବିତ୍‌ମାନେ କେବଳ ଜିମ୍ ମଧ୍ୟରେ ଅଭ୍ୟାସ କରି 8 ମାସ ଅବସାଦକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଅନେକ କ୍ରୀଡାବିତ୍‌ ଆଗାମୀ ପ୍ରତିଯୋଗୀତା ପାଇଁ ଏଠାରେ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି ।

ହେଲେ ସରକାର କେବେ କ୍ରୀଡା ଛାତ୍ରବାସ ଏବଂ ଷ୍ଟାଡିୟମକୁ ଖୋଲିବା ପାଇଁ ଅନୁମତି ଦେବେ ଓ କେବେ ପୁଣି କ୍ରୀଡା ଜଗତ ସମ୍ପୂର୍ଣ୍ଣ ରୂପେ ଟ୍ରାକକୁ ଫେରିବ । ତାକୁ ହିଁ ଅପେକ୍ଷା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.