ETV Bharat / city

Lady Don: ସ୍ବାମୀକୁ ହତ୍ୟାକରି ଜେଲରୁ ଫେରିଥିବା ମହିଳା ଚୋରିକରି ଗିରଫ

author img

By

Published : Nov 28, 2021, 3:09 PM IST

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟାକରି ଜେଲରୁ ଫେରିଥିବା ମହିଳା ଚୋରିକରି ଗିରଫ(Berhampur Murder And Rubbery News) । ନିଜ ପାଇଁ କେସ୍ ଲଢିବା ପାଇଁ ଟଙ୍କା ଚୋରି କରୁଥିବା ସୂଚନା । ଅଧିକ ପଢନ୍ତୁ

Berhampur Crime News: ସ୍ବାମୀକୁ ହତ୍ୟାକରି ଜେଲରୁ ଫେରିଥିବା ମହିଳା ଚୋରିକରି ଗିରଫ

ବ୍ରହ୍ମପୁର: ସ୍ବାମୀକୁ ହତ୍ୟାକରି ଜେଲରୁ ଫେରିଥିବା ମହିଳା ଚୋରିକରି ଗିରଫ । ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟାକରି ଜେଲ ଯାଇ ଫେରିବା ପରେ ନିଜ ପାଇଁ ମାମଲା ଲଢିବାକୁ ଟଙ୍କା ଚୋରିକରି ଗିରଫ ହୋଇଛନ୍ତି ସମ୍ପୃକ୍ତ ମହିଳା । ଏପରି ଏକ ଖବର ଆସିଛି ଗଞ୍ଜାମ ଜିଲ୍ଲାରୁ ।

ସୂଚନା ଅନୁଯାୟୀ ରୀନା ସାହୁ ଓରଫ ସୁନି(୩୫) ନାମକ ମହିଳା ୨୦୧୭ ମସିହାରେ ପ୍ରେମିକ ସହ ମିଶ ନିଜ ସ୍ବାମୀକୁ ହତ୍ୟା କରିଥିଲେ । ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଦୀର୍ଘଦିନ ଧରି ଜେଲରେ ରହିବା ପରେ ବେଲରେ ଆସିଥିଲେ । ବର୍ତ୍ତମାନ ମାମଲା କୋର୍ଟରେ ବିଚାରଧୀନ ରହିଛି । କୋର୍ଟରେ କେସ୍ ଲଢିବାକୁ ଟଙ୍କା ପାଇଁ ବର୍ତ୍ତମାନ ଲୁଟେରା ସାଜିଛନ୍ତି ରୀନା।

ଗତ ୬ ମାସ ତଳେ କୋଦଳା ବସଷ୍ଟାଣ୍ଡରୁ ସୁନା ଅଳଙ୍କାର ପିନ୍ଧି ଅଟୋରେ ଯାଉଥିବା ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ ରୀନା । ପରେ କୌଶଳକ୍ରମେ ମହିଳାଙ୍କ ଠାରୁ ତାଙ୍କ ଫୋନ ନମ୍ବର ଆଣି ସମ୍ପର୍କ ସ୍ଥାପନ କରି ଘରକୁ ମଧ୍ୟ ଯାଇଥିଲେ । ଏପରି ବାରମ୍ବାର ତାଙ୍କ ଘରକୁ ଯାଇ ବିଶ୍ବାସ ଜମାଇଥିଲେ ରୀନା । ପରେ ଘରେ କେହି ନ ଥିବା ସୁଯୋଗ ଦେଖି ତାଙ୍କ ପୁଅ ବାହାଘର ପାଇଁ ରଖିଥିବା ସୁନା ଅଳଙ୍କାର ଚୋରିକରି ଫେରାର୍ ହୋଇଯାଇଥିଲେ ।

ଏନେଇ ଖଲ୍ଲିକୋଟ ଥାନାରେ ଅକ୍ଟୋବର ୧୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି । ରୀନା ଚୋରି କରିଥିବା ସୁନାକୁ ପୋଲିସ ଜବତ କରିବା ସହ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.