ETV Bharat / city

ଚର୍ଚ୍ଚାରେ ସତ୍ୟଙ୍କ ସୂକ୍ଷ୍ମକଳା, ବିଶ୍ବର ସବୁଠୁ କ୍ଷୁଦ୍ର ତ୍ରିରଙ୍ଗା କଲେ ପ୍ରସ୍ତୁତ - ସ୍ବାଧୀନତା ଦିବସ 2022

ସବୁଠୁ କ୍ଷୁଦ୍ର ତ୍ରିରଙ୍ଗା ପ୍ରସ୍ତୁତ କରି ଚର୍ଚ୍ଚାରେ ଗଞ୍ଜାମର ଯୁବଶିଳ୍ପୀ ସତ୍ୟ ମହାରଣା । ତା' ସାଙ୍ଗକୁ ସତ୍ୟଙ୍କ ଚକ୍ ଖଡିରେ ସୂକ୍ଷ୍ମକଳା ଦେଇଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ । ପଢନ୍ତୁ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା ।

Azadi Ka Amrit Mahotsav: ଚର୍ଚ୍ଚାରେ ସତ୍ୟଙ୍କ ସୂକ୍ଷ୍ମକଳା, ବିଶ୍ବର ସବୁଠୁ କ୍ଷୁଦ୍ର ତ୍ରିରଙ୍ଗା କଲେ ପ୍ରସ୍ତୁତ

author img

By

Published : Aug 11, 2022, 11:49 AM IST

ବ୍ରହ୍ମପୁର: ଦେଶବ୍ୟାପୀ ପାଳନ ହେଉଛି ଆଜାଦୀ କା ଅମୃତ ମହୋତ୍ସବ । ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ହର୍ ଘର୍ ତ୍ରିରଙ୍ଗା ଆହ୍ବାନକୁ ନେଇ ସବୁଠି ଉତ୍ସବ ମୁଖର । କିଏ ତ୍ରିରଙ୍ଗା ଉପହାର ଦେଉଛି ତ ଆଉ କିଏ ସବୁଠୁ ବଡ ଏବଂ ଛୋଟ ତ୍ରିରଙ୍ଗା ପ୍ରସ୍ତୁତ କରି କରୁଛନ୍ତି ରେକର୍ଡ । ଏହିପରିପ୍ରେକ୍ଷୀରେ ତ୍ରିରଙ୍ଗା ପ୍ରସ୍ତୁତିରେ ଜୋଡି ହୋଇଛି ଆଉ ଏକ ନୂଆ ରେକର୍ଡ ।

ବିଶ୍ବର ସବୁଠୁ ଛୋଟ ତ୍ରିରଙ୍ଗା ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ଯୁବଶିଳ୍ପୀ ସତ୍ୟ ମହାରଣା । ବିଶ୍ବର ସବୁଠୁ କ୍ଷୁଦ୍ର ତ୍ରିରଙ୍ଗା ପ୍ରସ୍ତୁତ ସାଙ୍ଗକୁ ଚକ୍ ଖଡିରେ ଦେଶର 75ଟି ଐତିହ୍ୟସ୍ଥଳୀକୁ ସ୍ଥାନ ଦେଇଛନ୍ତି ସତ୍ୟ । ଖାଲି ଆଖିରେ ଦେଖିବା ସମ୍ଭବପର ନଥିବା ସବୁଠାରୁ କ୍ଷୁଦ୍ରତ୍ତମ ତ୍ରିରଙ୍ଗା ପ୍ରସ୍ତୁତ କରି ଚର୍ଚ୍ଚାରେ ଅଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ସତ୍ୟ ନାରାୟଣ ମହାରଣା ।

Azadi Ka Amrit Mahotsav: ଚର୍ଚ୍ଚାରେ ସତ୍ୟଙ୍କ ସୂକ୍ଷ୍ମକଳା, ବିଶ୍ବର ସବୁଠୁ କ୍ଷୁଦ୍ର ତ୍ରିରଙ୍ଗା କଲେ ପ୍ରସ୍ତୁତ

ଏହି କ୍ଷୁଦ୍ର ତ୍ରିରଙ୍ଗା ପ୍ରସ୍ତୁତ କରି ନିଜର ପୂର୍ବ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ସତ୍ୟ । ପୂର୍ବରୁ ସତ୍ୟ 3 ମିଲିମିଟରର ଜାତୀୟ ପତାକା ପ୍ରସ୍ତୁତ କରି ଥିବାବେଳେ ଏଥର ଏକ ମିଲିମିଟରରେ ପ୍ରସ୍ତୁତ କରି ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି । ତେବେ ସତ୍ୟ ପ୍ରସ୍ତୁତ କରିଥିବା ଏହି ତ୍ରିରଙ୍ଗା ଏତେ କ୍ଷୁଦ୍ର ଯେ, ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବପର ନୁହେଁ । କଠିନ ହୋଇଥିଲେ ମଧ୍ୟ ଏହି ପତାକା ପ୍ରସ୍ତୁତ କରି ରେକର୍ଡ ସୃଷ୍ଟି କରିଛନ୍ତି ସତ୍ୟ । ଏହିପରି ପୂର୍ବରୁ ବିଭିନ୍ନ ଛୋଟ କଳାକୃତି କରି ମଧ୍ୟ ସେ ଚର୍ଚ୍ଚାରେ ଥିଲେ ।

ସେପଟେ ସତ୍ୟ ମଧ୍ୟ 75ତମ ସ୍ବାଧୀନତା ଦିବସ ଅବସରରେ ଚକ୍ ଖଡିରେ 75 ଟି ଐତିହ୍ୟସ୍ଥଳୀ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ମିଳିଛ । ସତ୍ୟଙ୍କ ଚକ୍ ଖଡି କଳାକୃତିରେ ଲାଲକିଲ୍ଲା, ତାଜମହଲ ଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ, ଓଡିଶାର ଧଉଳି, କୋଣାର୍କ, ପୁରୀ ସମେତ ଗଞ୍ଜାମର ବିଭିନ୍ନ ଐତିହ୍ୟ ସ୍ଥାନ ଭଳି ଅନେକ ଶୋଭାପାଉଛି । ସତ୍ୟଙ୍କ ଏହି ସୂକ୍ଷ୍ମ କଳାରେ ସ୍ଥାନୀୟ ଲୋକେ ବେଶ୍ ଖୁସିବ୍ୟକ୍ତ କରି ଥିବାବେଳେ ସେ ଏହିପରି ଆଗକୁ ବିଭିନ୍ନ କଳା ଭେଟି ଦିଅନ୍ତୁ ବୋଲି ସଭିଙ୍କ କାମନା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.