ଅଙ୍ଗଦାନର ବାର୍ତ୍ତା ନେଇ ଭାରତ ବୁଲୁଛନ୍ତି ୬୮ ବର୍ଷୀୟ ପ୍ରମୋଦ ମହାଜନ

author img

By

Published : Feb 29, 2020, 5:33 AM IST

aa

ବୟସ ଆଗରେ ହାର ମାନେନି ମନୋବଳ । ଅଙ୍ଗଦାନର ବାର୍ତ୍ତା ନେଇ ସାରା ଭାରତ ପରିକ୍ରମା କରିବାକୁ ବାହାରିଛନ୍ତି ୬୮ ବର୍ଷୀୟ ବୟସ୍କ ବୃଦ୍ଧ ପ୍ରମୋଦ ମହାଜନ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଅଙ୍ଗଦାନର ବାର୍ତ୍ତା ନେଇ ସାରା ଭାରତ ପରିକ୍ରମା କରିବାକୁ ବାହାରିଛନ୍ତି ୬୮ ବର୍ଷୀୟ ବୟସ୍କ ବୃଦ୍ଧ ପ୍ରମୋଦ ମହାଜନ । ପୁନେରୁ ମୋଟର ସାଇକେଲରେ ବାହାରିଥିବା ଏହି ବୃଦ୍ଧ ଜଣଙ୍କ ନିଜ ଗ୍ରାମର ଜଣେ ଯବାନଙ୍କୁ ନିଜର ଗୋଟିଏ କୀଡନୀ ପ୍ରଦାନ କରିଥିବା ବେଳେ ଏହାକୁ ସାରା ଦେଶରେ ସଚେତନତା କରିବାକୁ ଅଣ୍ଟା ଭିଡିଛନ୍ତି ସେ ।

ଅଙ୍ଗଦାନର ବାର୍ତ୍ତା ନେଇ ଭାରତ ବୁଲୁଛନ୍ତି ୬୮ ବର୍ଷୀୟ ପ୍ରମୋଦ ମହାଜନ

ବୟସ ଆଗରେ ହାରମାନେନି ତାଙ୍କର ମନୋବଳ । ବାର୍ଦ୍ଧକ୍ୟ ରୋକିପାରିନି ତାଙ୍କୁ ଭାରତ ଭ୍ରମଣ କରି ଦେଶବାସୀଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ନେବାରେ । ଆମେ କହୁଛୁ ମହାରାଷ୍ଟ୍ରର ଧଉଳି ଅଞ୍ଚଳର ୬୮ ବର୍ଷୀୟ ପ୍ରମୋଦ ଲଚ୍ଛମନ ମହାଜନଙ୍କ କଥା । ପ୍ରମୋଦ ଗତ ୨୦୦୦ ମସିହାରେ ନିଜ ଗ୍ରାମର ଜଣେ ଯବାନଙ୍କୁ ନିଜର ଗୋଟିଏ କୀଡ଼ନୀ ଦାନ କରିଥିଲେ । ଏହାପରେ ଦେଶବାସୀଙ୍କୁ ନିଜେ ଅଙ୍ଗଦାନ କରିଥିବାରୁ ଏହାକୁ ନେଇ ଅଧିକରୁ ଅଧିକ ସଚେତନତା କରିବାର ବାର୍ତ୍ତା ନେଇ ଗତ ଜାନୁଆରୀ ୧୮ ତାରିଖରୁ ପୁନେରୁ ବାହାରିଛନ୍ତି ଏକ ମୋଟର ସାଇକେଲରେ । ଛଅ ଗୋଟି ରାଜ୍ୟ ପରିକ୍ରମା କରି ବ୍ରହ୍ମପୁର ସହରରେ ପହଞ୍ଚିଛନ୍ତି ।

ଦୀର୍ଘ ୧୩୨ ଦିନ ଧରି ପ୍ରମୋଦ ମହାଜନ ସାରା ଦେଶର ୨୫ ରାଜ୍ୟର ୯୪ ଟି ସହରରେ ପହଞ୍ଚି ସାଧାରଣ ଜନତାଙ୍କୁ ଅଙ୍ଗଦାନ ଏବଂ ଜଣେ ବ୍ୟକ୍ତିର ମୃତ୍ୟୁ ପରେ କିଭଳି 8 ଜଣଙ୍କ ଜୀବନ ବଞ୍ଚାଯାଇପାରିବ ସେ ନେଇ ସଚେତନତା କରାଯାଉଛି । ଏହି ଯାତ୍ରା ପ୍ରାୟ ୧୭ ହଜାରରୁ ଉର୍ଦ୍ଧ୍ବ କିଲୋମିଟର ରହିଥିବା ବେଳେ ଏଥିପାଇଁ ପ୍ରମୋଦ ଦୈନିକ ୧୮୦ ରୁ ୩୦୦ କିଲୋମିଟର ଯାତ୍ରା କରିଥାନ୍ତି ।

ପ୍ରମୋଦଙ୍କୁ ଏହି କ୍ଷେତ୍ରରେ ରିବାର୍ଥ ଫାଉନଡେସନ୍ ପକ୍ଷରୁ ଅନେକ ସହଯୋଗ ମିଳୁଥିବା ବେଳେ ଆସନ୍ତା ମେ ମାସର ୨୮ ତାରିଖରେ ପୁନେ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.