ETV Bharat / city

ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ - foundation day of nabard in berhampur

ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ ନବାର୍ଡର ୪୦ ବର୍ଷର ସେବାକୁ ସ୍ମରଣ କରିବା ପାଇଁ କୋଭିଡ୍ କଟକଣାରେ ଭୁବନେଶ୍ଵର ରାଜଭବନ ପରିସରରେ ଏକ ଆଭାସୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ...

ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ
ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ
author img

By

Published : Jul 20, 2021, 10:38 PM IST

ବ୍ରହ୍ମପୁର: ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ ନବାର୍ଡର ୪୦ ବର୍ଷର ସେବାକୁ ସ୍ମରଣ କରିବା ପାଇଁ କୋଭିଡ୍ କଟକଣାରେ ଭୁବନେଶ୍ଵର ରାଜଭବନ ପରିସରରେ ଏକ ଆଭାସୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶା ରାଜ୍ୟପାଳ ଗଣେଶୀଲାଲ୍, ଉନ୍ନୟନ କମିଶନର ତଥା ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଗ୍ରାମାଞ୍ଚଳରେ ବିକାଶ କ୍ଷେତ୍ରରେ କୃଷିର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ ମୁଖ୍ୟ ଶାସନ ସଚିବ ।

ଏହି ଆଭାସୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଜିଲ୍ଲା ସ୍ତରରୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗଞ୍ଜାମ ଜିଲ୍ଲାର କୃଷିକ୍ଷେତ୍ରରେ ଉନ୍ନତି ଦିଗରେ ନାବାର୍ଡର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାର କୃଷକମାନେ ଆତ୍ମ ନିର୍ଭରଶୀଳ ହେବା ଦିଗରେ ନାବାର୍ଡ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ ଲାଭ ପାଇଁ ନାବାର୍ଡର ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ଗ୍ରାମାଞ୍ଚଳରେ ଉନ୍ନତି ଭିତ୍ତିଭୂମିର ବିକାଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । 1995 ମସିହାରୁ RIDF( ଆର୍ ଆଇ.ଡି.ଏଫ୍ ) 4 ହଜାର 281ଟି ପ୍ରକଳ୍ପ ପାଇଁ 2 ହଜାର 813 କୋଟି ଋଣ ପ୍ରଦାନ କରିଛି ।

ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନିରନ୍ତର ଜୀବିକା ଯୋଗାଇଦେବା କ୍ଷେତ୍ରରେ ନାବାର୍ଡ ପକ୍ଷରୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ଏହା ସହିତ ଜଳ ବିଭାଜିକା ପ୍ରକଳ୍ପ କୃଷକ ଉତ୍ପାଦକ କମ୍ପାନୀ ଗୁଡିକର ପଦୋନ୍ନତି ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡ଼ିକୁ ପ୍ରଶଂସା କରାଯାଇଥିଲା । ୪୦ ବର୍ଷର ସଫଳ ଯାତ୍ରା ପରେ ମଧ୍ୟ ନାବାର୍ଡ ଆଗାମୀ ବର୍ଷରେ ଆହୁରି ଅନେକ ମାଇଲ୍ ଖୁଣ୍ଟ ହାସଲ କରିବା ନେଇ ଆଶା ପ୍ରକଟ କରାଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ହିଞ୍ଜିଳିକାଟୁ ବ୍ଲକର ସଫଳ କୃଷକ ଡି. ନାରାୟଣଙ୍କୁ ରାଜ୍ୟପାଳ ଓ ଅତିରିକ୍ତ ଜିଲ୍ଲାପାଳ ସମ୍ମାନୀତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.