ETV Bharat / city

ଏମକେସିଜିରେ ଟେଲି ମେଡିସନ୍ ସେବା ପାଇଁ ଜାରି ହେଲା ଆଉ 4 ହେଲପଲାଇନ ନମ୍ୱର

author img

By

Published : Jul 20, 2020, 5:09 AM IST

ପୂର୍ବରୁ ଏମ୍.କେ.ସି.ଜି ର ଦୁଇଟି ଡେଡିକେଟେଡ୍ ନମ୍ୱର ରଖାଯାଇଥିବା ବେଳେ ବହୁ ଜନସାଧାରଣଙ୍କ ଏଥିପାଇଁ ଫୋନ୍ ଲାଇନ୍ ବ୍ୟସ୍ତ ରହୁଥିବାରୁ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏଥିରେ ଆଉ 4ଟି ନମ୍ୱର ସଂଯୋଗ କରାଯାଇଛି ।

4-more-helpline-numbers-issued-for-tele-medicine-services-at-mkcg
MKCG ରେ ଟେଲି ମେଡିସନ୍ ସେବା ପାଇଁ ଜାରି ହେଲା ଆଉ 4 ହେଲପଲାଇନ୍ ନମ୍ୱର

ବ୍ରହ୍ମପୁର: ସହରରେ କୋରୋନାର ସଂଙ୍କ୍ରମଣ ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏଭଳି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରର ଏମକେସିଜି ମେଡିକାଲର ଓପିଡି ସେବାକୁ ଅସ୍ଥାୟୀ ରୂପରେ ବନ୍ଦ କରାଯାଇଛି । ଏହା କେବଳ ସଂଙ୍କ୍ରମଣ ରୋକିବା ପାଇଁ ଦୃଷ୍ଟିରେ ରଖି ଏପରି ବନ୍ଦ ରଖାଯାଇଥିବା ବେଳେ ଏହାର ବିକଳ୍ପ ଭାବରେ ଏମକେସିଜି ମେଡିକାଲରେ ଟେଲି ମେଡିସେନର ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ମେଡିକାଲ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି ।

ପୂର୍ବରୁ ଏମକେସିଜି ର ଦୁଇଟି ଡେଡିକେଟେଡ୍ ନମ୍ୱର ରଖାଯାଇଥିବା ବେଳେ ବହୁ ଜନସାଧାରଣଙ୍କ ଏଥିପାଇଁ ଫୋନ୍ ଲାଇନ୍ ବ୍ୟସ୍ତ ରହୁଥିବାରୁ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏଥିରେ ଆଉ 4ଟି ନମ୍ୱର ସଂଯୋଗ କରାଯାଇଛି । ଯେଉଁଥିରେ ସହର ସମେତ ବିଭିନ୍ନ ଅଞ୍ଚଳର ଜନସାଧାରଣ ଏହି 6ଟି ଡେଡିକେଟ୍ ନମ୍ୱରରେ ଫୋନ୍ କରି ସେମାନଙ୍କ ରୋଗ ସଂପର୍କରେ ବିଭିନ୍ନ ସୁବିଧା ପାଇପାରିବେ ।

https://etvbharatimages.akamaized.net/etvbharat/prod-images/od-bam-mkcg-treatment-facility-for-people-avb-7205524_19072020214718_1907f_1595175438_444.JPG

ବିଭିନ୍ନ ଛୋଟ ମୋଟ ରୋଗ ପାଇଁ ଜନସାଧାରଣ ଟେଲି ମେଡିସେନର ସୁବିଧା ନେବା ସହ ଜରୁରୀକାଳୀନ ଚିକିତ୍ସା ପାଇଁ ଏମକେସିଜିର କାଜୁଅଲଟି ସେବା ଜାରି ରହିବ ବୋଲି କୁହାଯାଇଛି । ସେହିପରି ଏମକେସିଜିର ଜରୁରୀ କାଳୀନ ସର୍ଜରୀ, ଦୁର୍ଘଟଣା ଜନିତ ଚିକିତ୍ସା, ଟ୍ରମା ପାଇଁ ମଧ୍ୟ ସେବା ଜାରି ରହିଛି । ସେହିପରି କୁକୁର କାମୁଡା ଏବଂ ମାଙ୍କଡ କାମୁଡା ପାଇଁ ଟୀକା ଦେବା ବ୍ୟବସ୍ଥା ସକାଳ ୯ ଟା ଠାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଜାରି ରହିବ । ଏପରିକି ସର୍ପାଘାତ ଠାରୁ ଆରମ୍ଭ କରି ବ୍ରଜାଘାତ ଭଳି ଅତି ଆବଶ୍ୟକୀୟ ଜରୁରୀ ଚିକିତ୍ସା ମଧ୍ୟ ଜାରି ରହିଛି । ଅନ୍ୟପଟେ ମହିଳା ମାନଙ୍କ ପ୍ରସ୍ତୁତି ପାଇଁ ୨୪ ଘଣ୍ଟିଆ ସେବା ସହିତ ଶିଶୁ ରୋଗ ଭଳି ବିଭିନ୍ନ ରୋଗ ଏବଂ ରକ୍ତ ଭଣ୍ଡାର ଖୋଲା ରହିଛି । ଏଣୁ ଜନସାଧାରଣ ଏହି ସୁବିଧା ନେଇପାରିବେ ବୋଲି ଏମକେସିଜିର ଅତିରିକ୍ତ ଅଧିକ୍ଷକ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.