ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର 3ଟି ପଞ୍ଚାୟତକୁ କଣ୍ଟେଟମେଣ୍ଟ ଜୋନ ଭାବରେ ଘୋଷଣା କରିଛି ପ୍ରଶାସନ । ବ୍ଲକର କୁକୁଡାଖଣ୍ଡି ପଞ୍ଚାୟତ ସମେତ ମସିହାଖାଲି ପଞ୍ଚାୟତ ଏବଂ ପାଣ୍ଡିଆଝୋଳି ପଞ୍ଚାୟତରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣର ରୋକିବା ପାଇଁ ଆଗାମୀ 7 ଦିନ ପାଇଁ କଣ୍ଟେଟମେଣ୍ଟ ଜୋନ ଭାବରେ ଘୋଷଣା କରାଯିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
କୁକୁଡାଖଣ୍ଡି ବ୍ଲକର ଏହି 3 ପଞ୍ଚାୟତରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଥିବା କଣ୍ଟେଟମେଣ୍ଟ ଜୋନ ମଧ୍ୟକୁ କାହାରିକୁ ନଯିବା ପାଇଁ ଏବଂ ପଞ୍ଚାୟତରୁ କେହି ବାହାରକୁ ନଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଏହି ସମୟରେ ଲୋକଙ୍କୁ କୌଣସି ଜରୁରୀ ଆବଶ୍ୟକତା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।
ଅନ୍ୟପକ୍ଷେ କେବଳ ଔଷଧ ଦୌକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା କୁହାଯାଇଛି । ସ୍ଥାନୀୟ ତହସିଲଦାର ଇସ୍ପିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଉପସ୍ଥିତିରେ ଅନ୍ୟ ଅଧିକାରୀମାନେ ଏହି ଅଞ୍ଚଳଗୁଡିକୁ ପରିକ୍ରମା କରି ସମସ୍ତ ଗତିବିଧିକୁ ଅନୁଧ୍ୟାନ କରାଯାଉଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ