ETV Bharat / city

ଶିଳ୍ପଜ୍ଞ ଶିଳ୍ପକାରଙ୍କ ନିଖୁଣ ନିର୍ମାଣ, ଗଢିଲେ 2.5ଇଞ୍ଚର ନନ୍ଦିଘୋଷ - satya maharana

ବ୍ରହ୍ମପୁର ସହରର ଅତ୍ୟନ୍ତ ପରିଚିତ ବାଲୁକାଶିଳ୍ପୀ ସତ୍ୟ ମହାରଣା ଗତ ଚାରି ଦିନ ଧରି ନିଜର ଉଦ୍ୟମ ପରେ ମାତ୍ର ୨.୫ ଇଞ୍ଚ ଉଚ୍ଚତା ଏବଂ ଦୁଇ ଇଞ୍ଚ ଓସାର ବିଶିଷ୍ଟ କ୍ଷୁଦ୍ରରଥ ରଥ ନିର୍ମାଣ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 3, 2019, 2:31 PM IST

Updated : Jul 3, 2019, 2:55 PM IST

ବ୍ରହ୍ମପୁର: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରଥ, ପଥ, ଭକ୍ତ,ସମସ୍ତେ ଏକ ଲୟରେ ଚାହିଁ ରହିଛନ୍ତି ନୀଳାଚଳ ଅଧିପତିଙ୍କ ଅବଲୋକନକୁ । ରଥଦାଣ୍ଡ ହେଲାଣି ଲୋକାରଣ୍ୟ। ଆଧ୍ୟାତ୍ମିକ ଚେତନାରେ ଅନୁରଞ୍ଜିତ ଭକ୍ତ ପ୍ରଭୁଙ୍କ ପାଇଁ ଅନେକ କିଛି କରି ଭକ୍ତି ଭାବ ବ୍ୟକ୍ତ କରିଥାଏ । ଏମତି ଜଣେ ହେଲେ ବ୍ରହ୍ମପୁର ସହରର ସୁପରିଚିତ ବାଲୁକାଶିଳ୍ପୀ ସତ୍ୟ ମହାରଣା । ମାତ୍ର ୨.୫ ଇଞ୍ଚ ଉଚ୍ଚତା ଏବଂ 2ଇଞ୍ଚ ଓସାର ବିଶିଷ୍ଟ ରଥ ନିର୍ମାଣ କରିଛନ୍ତି ସେ। ଜଗନ୍ନାଥ ନାମ, ଧାମର ପ୍ରଚାର, ପ୍ରସାର ସହ କ୍ଷୁଦ୍ରତମ ରଥ ନିର୍ମାଣ କରି ରେକର୍ଡ ପ୍ରତ୍ୟାଶାରେ ରହିଛନ୍ତି ଶିଳ୍ପୀ ସତ୍ୟ ।

ଆକାର, ପ୍ରକାର, ଆୟତନକୁ ଛାଡି ଦେଲେ ଠିଆ କରିଛନ୍ତି ଅବିକଳ ନନ୍ଦିଘୋଷ ପରି ରଥ । ଯେତିକି ସୁନ୍ଦର ସେତିକି ନିଖୁଣ କାରୁକାର୍ଯ୍ୟରେ ସମ୍ପୂର୍ଣ୍ଣତାପ୍ରାପ୍ତ ହୋଇଛି ଅଢେଇ ଇଞ୍ଚର ନନ୍ଦିଘୋଷ ରଥ। 1ସେଣ୍ଟିମିଟର ଉଚ୍ଚତାର ଜଗନ୍ନାଥଙ୍କ ବିଗ୍ରହ ରଥାରୂଢ ଏହି କୁନି ରଥରେ । 16 ଚକ, ୪ଟି ଲେଖାଏଁ ଅଶ୍ବ, ଗୋଟିଏ ସାରଥୀ, ଦୁଇଟି ଓଲଟ ଶୁଆ, ଦଧିନଉତି, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ବ ଦେବତା ଖଞ୍ଜା ଯାଇ ପୂର୍ଣ୍ଣାଙ୍ଗ ହୋଇଛି ଏହି କ୍ଷୁଦ୍ରରଥ । 4ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏଭଳି ମନୋରମ ରଥ ନିର୍ମାଣ କରିଥିବା କହିଛନ୍ତି ସତ୍ୟ । ଗ୍ଲୋବାଲ ବୁକ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ସହ ଅନ୍ୟ ସାତଗୋଟି ରେକର୍ଡ କରିବ ଏହି ରଥ ବୋଲି କହିଛନ୍ତି ଶିଳ୍ପୀ ସତ୍ୟ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରଥ ଓ ରଥଯାତ୍ରା ଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । ଆଉ ଏହାକୁ ବିଶ୍ବ ବ୍ୟାପକ କରିବା ପାଇଁ ଏହାଠାରୁ ଆହୁରି ଛୋଟ ରଥ ନିର୍ମାଣ କରି ନିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ସତ୍ୟ। ଗତ କିଛି ବର୍ଷ ଧରି ଲଗାତର ଭାବରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରଚାର କରିବା ପାଇଁ ଯୁବ ଶିଳ୍ପୀ ସତ୍ୟ ଉଦ୍ୟମ ଜାରି ରଖିଥିବା ବେଳେ ଚଳିତବର୍ଷ ବହୁ କଷ୍ଟରେ କାଠରେ ଏହି ଛୋଟ ରଥଟି ନିର୍ମାଣ କରିଥିବା ନେଇ ପରିବାର ବର୍ଗ ମଧ୍ୟ ବେଶ ଖୁସି ଥିବା କହିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ କଳାକୃତ୍ତି କରି ବିଶ୍ୱର ବିଭିନ୍ନ ରେକର୍ଡ କରିଥିବା ସତ୍ୟ ମହାରଣା ବିଶ୍ୱର ସବୁଠାରୁ ଛୋଟ ରଥ କରି ନିଜର କଳାକୃତି ପ୍ରତିଭାର ଆଉ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Jul 3, 2019, 2:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.