ETV Bharat / city

କୋରୋନା ନେଲା 10 ବର୍ଷ ବାଳକର ଜୀବନ - କୋରୋନା ନେଲା 10 ବର୍ଷ ଶିଶୁର ଜୀବନ

ବ୍ରହ୍ମପୁରର କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୋରୋନାରେ ସଂକ୍ରମିତ ହୋଇ ୧୦ ବର୍ଷ ପିଲାର ମୃତ୍ୟୁ । ଅଧିକ ପଢନ୍ତୁ...

କୋରୋନା ନେଲା 10 ବର୍ଷ ଶିଶୁର ଜୀବନ
କୋରୋନା ନେଲା 10 ବର୍ଷ ଶିଶୁର ଜୀବନ
author img

By

Published : May 10, 2021, 7:31 AM IST

ବ୍ରହ୍ମପୁର: ବ୍ରହ୍ମପୁରର କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ୧୦ ବର୍ଷ ପିଲାର ମୃତ୍ୟୁ ଘଟିଛି । କୋଭିଡରେ ଆକ୍ରାନ୍ତ ହୋଇ ପିଲାଟି ମୃତ୍ୟୁ ହୋଇଥିବା ଘଟଣା ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି । ପିଲାଟି ଶନିବାର ଶିଶୁ ବିଭାଗରେ ପ୍ରଥମେ ଭର୍ତ୍ତି ହୋଇଥିବା ବେଳେ ହୋମୋଫୋଲିଆ ଏବଂ କୋଟୋସିସ୍ ରୋଗରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ ।

ହେଲେ ଶିଶୁରୋଗ ବିଭାଗରେ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ତାକୁ ଡେଡେକେଟ୍ କୋଭିଡ ହସପିଟାଲରେ ଭର୍ତ୍ତୀ କରାଯାଇଥିଲା । ହେଲେ ଦିନ ୧୧ଟା ସମୟରେ ଶିଶୁର ଅବସ୍ଥା ଗୁରୁତ୍ତର ହୋଇପଡିବା ପରେ କୋଭିଡ ଚିକିତ୍ସାର ପ୍ରୋଟକଲ ଅନୁଯାୟୀ ସମସ୍ତ ପ୍ରକାର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅକ୍ସିଜେନରେ ଚିକିତ୍ସା ଚାଲିଥିବା ସମୟରେ ପିଲାଟିର ମୃତ୍ୟୁ ଘଟିଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.