ETV Bharat / city

ITDA Assistant Engineerଙ୍କୁ ଗିରଫ କଲା ଭିଜିଲାନ୍ସ

ଶେଷରେ ଗିରଫ ହେଲେ ମୟୂରଭଞ୍ଜ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ।

ITDA Assistant Engineer
ITDA Assistant Engineer
author img

By

Published : Nov 27, 2021, 4:24 PM IST

Updated : Nov 27, 2021, 5:21 PM IST

ଭୁବନେଶ୍ବର: ଶେଷରେ ଗିରଫ ହେଲେ ମୟୂରଭଞ୍ଜ ବାରିପଦା ITDA (Integrated Tribal Development Agency )ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ।

ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ( Prevention of Corruption Act) ବଳରେ ଗରିଫ କରିଛି । ଆଜି ତାଙ୍କୁ କୋର୍ଟ ଚାଳଣା କରିବ ଭିଜିଲାନ୍ସ ।

Photo
ITDA Assistant Engineer ଙ୍କୁ ଗିରଫ କଲା ଭିଜିଲାନ୍ସ

ଗତ 2 ଦିନ ଧରି ଭିଜିଲାନ୍ସ ରେଡ ଜାରି ରଖିଥିବା ବେଳେ, ତାଙ୍କର ସମ୍ପତ୍ତି ତାଲିକା ନେଇ ଭିଜିଲାନ୍ସ ସୂଚନା ଦେଇଛି । ତାଙ୍କ ନିକଟରୁ ଗତକାଲି ମୋଟ 41.77 ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା । ଯାହା ଭିଜିଲାନ୍ସ ରେଡ ଇତିହାସରେ ଥିଲା ସର୍ବାଧିକ ଜବତ ଟଙ୍କା ।

ଏହା ବ୍ୟତୀତ 659 ଗ୍ରାମ ସୁନା ଅଳଙ୍କାର ଭୁବନେଶ୍ବର ବଡଗଡରେ ୪ ମହଲା କୋଠା, ଶୈଳଶ୍ରୀ ବିହାରରେ ଫ୍ଲାଟ, କଳିଙ୍ଗ ବିହାରରେ ଅର୍ଧ ନିର୍ମିତ ଘର, ବାଲେଶ୍ବରରେ ୪ ମହଲା କୋଠା, ୩ ଟି ପ୍ଲଟ ଏବଂ ଗୋଟିଏ ଚାରି ଚକିଆ କାର‌ ସମେତ ୩ କି ବାଇକ ଜବତ କରିଥିଲା ଭିଜିଲାନ୍ସ।

ତେବେ ସନ୍ତୋଷଙ୍କ ମୋଟ ସମ୍ପତ୍ତି 2 କୋଟି 80 ଲକ୍ଷ 56 ହଜାର 864 ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଯାହା ନିଜ ଆୟର 245 ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଦୁଇ ଦିନ ଧରି ଭିଜିଲାନ୍ସ 11 ଟି ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ଭିଜିଲାନ୍ସର ପ୍ରାୟ 40 ରୁ ଅଧିକ ଅଧିକାରୀ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 27, 2021, 5:21 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.