ବାଲେଶ୍ବର: ଜିଲ୍ଲାର ନୀଳଗିରି ବରହମପୁର ସେକ୍ଟର ଆଇସିଡିଏସ ସୁପରଭାଇଜର ବିରୋଧରେ ହୋଇଛି ଲାଞ୍ଚ ନେବା ଅଭିଯୋଗ । ତେବେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ବାରା ଅଫିସ ଓ ଘରେ ଏକକାଳୀନ ଚଢ଼ାଉ କରିଥିଲା । ଏହାପରେ ତାଙ୍କୁ ସଠିକ ସମୟରେ ଧରିପାରିଥିଲା ଭିଜିଲାନ୍ସ ।
ସୁପରଭାଇଜର ସୁବର୍ଣ୍ଣା ସିଂ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ସୀତାମଣି ଦେହୁରୀଙ୍କଠାରୁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ଲାଞ୍ଚ ଟଙ୍କା ସୁପରଭାଇଜର ନେଉଥିବାବେଳେ ଭିଜିଲାନ୍ସ ମାଡି ବସିଥିଲା । ଏକକାଳୀନ ସୁପରଭାଇଜରଙ୍କ ଅଫିସ ଓ ତାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା । ଏହାସହ ସୁପରଭାଇଜରଙ୍କୁ ଗିରଫ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ