ବାଲେଶ୍ବର: ଭିଜିଲାନ୍ସ ଜାଲରେ ତିହିଡ଼ି ବ୍ଳକ୍ କିରାଣୀ । ଏନେଇ ଭିଜିଲାନ୍ସର ଗୋଟିଏ ଟିମ୍ ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟରେ ଚଢାଉ କରୁଥିବାବେଳେ ଅନ୍ୟ ଟିମ୍ଟି ବାଲେଶ୍ବର ନିଳିଆବାଗସ୍ଥିତ ପ୍ରଭାକର ପ୍ରଧାନଙ୍କ ଘରେ ଯାଞ୍ଚ ଚଳାଇଛି ।
ସୂଚନାନୁସାରେ ପ୍ରଭାକର ଆବାସ ଯୋଜନାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ଥିବା ପ୍ରଭାକରଙ୍କ ଶ୍ବଶୁର ଘରେ ଅନ୍ୟ ଏକ ଟିମ୍ ପହଞ୍ଚିଥିବା ଜଣାପଡ଼ିଛି । ତେବେ ପ୍ରଭାକରଙ୍କ ଘରୁ ବ୍ୟାଙ୍କ ଆକାଉଣ୍ଟ, ଜମିପଟ୍ଟା, ସ୍ଥାୟୀ ଜମା କରାଯାଇଥିବା କାଗଜପତ୍ର ପାଇଥିବା ନେଇ ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ମିଳଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ