ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା କଡରେ ବେଆଇନ ଭାବେ ପାର୍କିଂ କରିଥିବା ଏକ ଡମ୍ଫରକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଯୋଗୁଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଜଳେଶ୍ବର ଥାନା ଜମାଳପୁର ନିକଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଏକ ଡମ୍ଫରକୁ ପଛପଟୁ ଏକ ମିନିଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ମିନି ଟ୍ରକଟି ଓଡିଶାରୁ କୋଲକାତା ଯାଉଥିଲା।ଖବର ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ ଡ୍ରାଇଭରର ପରିଚୟ ମିଳିନଥିବା ବେଳେ ଜଳେଶ୍ବର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ଇଟିଭି ଭାରତ