ବାଲେଶ୍ବର : ବେଳାଭୂମିରେ ରାଜ୍ୟ ସରକାର ମଦଦୋକାନ ଖୋଲିବା ନିଷ୍ପତ୍ତିକୁ ବାଲେଶ୍ଵର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରୋଧ କରାଯାଇଛି । ଜିଲ୍ଲାର ଚାନ୍ଦିପୁର ଓ ତାଳସାରିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମଦଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏବେ ଏହାକୁ ବିରୋଧ ହେବା ଆରମ୍ଭ ହୋଇଛି ।
ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋମବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ