ETV Bharat / city

ବାଇକ ଧକ୍କାରେ ଆଖି ବୁଜିଲେ ରଙ୍ଗ ଦୋକାନୀ, ଘଟଣାସ୍ଥଳରେ ଉତ୍ତେଜନା - ବାଲେଶ୍ଵର ଖବର

ରଙ୍ଗ ଦୋକାନୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ପ୍ରାୟ ଦୁଇଘଣ୍ଟା ଧରି ରାସ୍ତାରେ ଶହଶହ ଗାଡି ଅଟକି ରହିଥିଲା । ଅଧିକ ପଢନ୍ତୁ

ଦୁର୍ଘଟଣାରେ ରଙ୍ଗ ଦୋକାନୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

author img

By

Published : Jun 8, 2022, 9:03 AM IST

ବାଲେଶ୍ଵର: ରଙ୍ଗ ଦୋକାନୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ପ୍ରାୟ ଦୁଇଘଣ୍ଟା ଧରି ରାସ୍ତାରେ ଶହଶହ ଗାଡି ଅଟକି ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣାରେ ରଙ୍ଗ ଦୋକାନୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୂଚନା ଅନୁସାରେ, ମୟୂରଭଞ୍ଜ ଅଞ୍ଚଳର ଶଙ୍କର୍ଷଣ ନାୟକ ବାଲେଶ୍ଵର ସହରର ଗୋପାଳଗାଁରେ ଘରଭଡ଼ା ନେଇ ରୁହନ୍ତି । ଭୀମପୁରା ଛକରେ ସେ ଏକ ରଙ୍ଗ ଦୋକାନ କରିଛନ୍ତି । ପ୍ରତିଦିନ ମିଶନ ପଡ଼ିଆରୁ ବ୍ୟାୟାମ ସାରି ସେ ଭୀମପୁରା ଛକର ନିଜ ରଙ୍ଗ ଦୋକାନକୁ ଯାଆନ୍ତି । ମଙ୍ଗଳବାର ସନ୍ଧ୍ୟାରେ ନିଜ ଦୋକାନକୁ ଯାଉଥିବା ବେଳେ ରାମେଶ୍ବର ମନ୍ଦିର ନିକଟରେ ତାଙ୍କ ବାଇକକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଶଙ୍କର୍ଷଣର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ସେଠାରେ ସ୍ଥାନୀୟଲୋକଙ୍କ ପକ୍ଷରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସହଦେଵଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପ୍ରାୟ ଦୁଇଘଣ୍ଟା ପରେ ରାସ୍ତା ଜାମ ହଟିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଟକ୍ରକୁ ନେଇ ଫେରାରଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.