ବାଲେଶ୍ବର: ମୋବାଇଲରେ ଫଟୋ ଉଠାଇ ବିନା ପ୍ରଶିକ୍ଷଣରେ ବିଶ୍ବ ଦରବାରରେ ନାଁ କମାଇଛନ୍ତି ବାଲେଶ୍ବରର ପୁଅ ଶ୍ରୀତମ ସେଠି । ମେଡିକାଲ ଛାତ୍ର ହୋଇ ମଧ୍ୟ ମୋବାଇଲ ଫଟୋରେ ସଉକ ରଖି ସେ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ।
ଶ୍ରୀତମ ମୋବାଇଲରେ ଫଟୋ ଉଠାଇ ଯେବେ ନ୍ୟୁୟର୍କ ପଠାଇଥିଲେ, ସେ କେବେ ଭାବିନଥିଲେ ଯେ ତାଙ୍କୁ ଏମିତି ଏକ ସମ୍ମାନ ଜନକ ପୁରସ୍କାର ମିଳିବ । ତାଙ୍କର ଦୁଇଟି ଫଟୋ ନ୍ୟୁୟର୍କରେ ପ୍ରଦର୍ଶିତ ହେବା ସହ ଇଣ୍ଟର ନ୍ୟାସନାଲ ଫଟୋଗ୍ରାଫି ଆୱାର୍ଡ ପାଇଛନ୍ତି ଶ୍ରୀତମ । ନ୍ୟୁୟର୍କ ଯିବାପାଇଁ ଶ୍ରିତମଙ୍କୁ ଆମନ୍ତ୍ରଣ କରାଯାଇଥିଲା ।
ମାତ୍ର ପାସପୋର୍ଟ ହେବାରେ ଅସୁବିଧା ଯୋଗୁଁ ସେ ସେଠାକୁ ଯାଇପାରିନଥିଲେ । ଆଉ ଏଥିପାଇଁ ସେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କର ଏହି ଯାତ୍ରା ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ବାଲେଶ୍ବର ସମ୍ବାଦଦାତା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ