ETV Bharat / city

ସଦର ଉପନିର୍ବାଚନ: 346 ବୁଥରେ ହେଲା ମକପୋଲ

author img

By

Published : Nov 3, 2020, 6:53 AM IST

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ମକପୋଲ ଆରମ୍ଭ । 5ଟା 45ରେ ଆରମ୍ଭ ହୋଇଛି ମକପୋଲ । ଅଧିକ ପଢନ୍ତୁ...

ସଦର ଉପନିର୍ବାଚନ
ସଦର ଉପନିର୍ବାଚନ

ବାଲେଶ୍ଵର: ସଦର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମକପୋଲ। 5ଟା 30ରେ ମକପୋଲ ଆରମ୍ଭ ହେବାକୁ ଥିବାବେଳେ ପ୍ରାର୍ଥୀଙ୍କ ଏଜେଣ୍ଟ ଆସିବା ବିଳମ୍ବ ଯୋଗୁଁ 5ଟା 45 ମିନିଟରେ ମକପୋଲ ଆରମ୍ଭ ହୋଇଛି।

ସଦର ଉପନିର୍ବାଚନ

6ଜଣ ପ୍ରାର୍ଥୀ ଓ ନୋଟା ଭୋଟ ପାଇଁ ମକପୋଲ ଆରମ୍ଭ ହୋଇଥିଲା। ସମୁଦାୟ 346ଟି ବୁଥରେ ମକପୋଲ ହୋଇଛି। ଭୋଟ ଗ୍ରହଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବୁଥ ବାହାରେ କୋଭିଡ ନିୟମ କଡାକଡି କରାଯାଇଛି। ସାନିଟାଇଜର, ଗ୍ଲୋବସ, ଥର୍ମାଲ ସ୍କ୍ରିନିଂ ଆଦି ବ୍ୟବସ୍ଥା କରଯାଇଛି।

ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବାକୁ ଥିବାବେଳେ ସନ୍ଧ୍ୟା 6ଟାଯାଏ ଏହା ଚାଲିବ । ବାଲେଶ୍ବରରେ 2 ଲକ୍ଷ 30 ହଜାର 297 ଜଣ ଭୋଟ 6 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବାଲେଶ୍ବରରେ 346 ଟି ବୁଥରେ ଭୋଟର ଭୋଟ ଦେବାକୁ ଥିବାବେଳେ ଏଥିମଧ୍ୟରୁ 86ଟି ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.