ବାଲେଶ୍ବର: ଏସପି ଅଫିସ ଆଗରେ ମହିଳା ହୋମଗାର୍ଡଙ୍କ ଧାରଣା । ଦୀର୍ଘ ଦିନ ହେଲା ଦାବି ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ଧାରଣାରତ ତିନି ଜଣ ମହିଳା ହୋମଗାର୍ଡ ।
ବାଲେଶ୍ବର ଏସପି ଅଫିସ ସମ୍ମୁଖରେ 3 ଜଣ ମହିଳା ଗୃହରକ୍ଷୀ ଧାରଣା ଦେଇଛନ୍ତି। ଗତ 2019 ମସିହା ଠାରୁ ସେମାନଙ୍କୁ କାର୍ଯ୍ୟରୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରିଛନ୍ତି। ଏ ବାବଦରେ ପୂର୍ବରୁ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କୁ କର୍ମ ଦକ୍ଷତାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି। ପୁନଃ କାର୍ଯ୍ୟରେ ଯୋଗଦେବା ପାଇଁ ସେମାନେ ଅନୁରୋଧ କରି ଧାରଣା ଦେଇଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ